Odiapua.com

କଳାହାଣ୍ଡି ଗସ୍ତରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ, କୋଭିଡ ପରିସ୍ଥିତିର ସମୀକ୍ଷା

କଳାହାଣ୍ଡି, ତା ୨୨.୦୪.୨୦୨୧ (ଓଡିଆପୁଅ) କଳାହାଣ୍ଡି ଗସ୍ତ ରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆସି ଭବାନୀପାଟଣା ରିଜର୍ଭ ପୋଲିସ କାର୍ଯ୍ୟାଲୟରେ କୋଭିଡ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି । କଳାହାଣ୍ଡି ଜିଲ୍ଲାପାଲ ଡଃ  ପରାଗ ହର୍ଷଦ, ଏସପି ଡଃ ଶ୍ରବଣ ବିବେକ ଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ । ଡିଜିଡି ଶ୍ରୀ ଅଭୟ କଳାହାଣ୍ଡିରେ କୋଭିଡ ପରିଚାଲନା ସହିତ ରାତ୍ର କାଳୀନ କର୍ଫ୍ୟୂ, ସପ୍ତାହାନ୍ତ ସଟଡାଉନ, ରାଜ୍ୟ ସୀମାନ୍ତରେ  କଡାକଡି  ଯାଂଚ ପ୍ରକ୍ରୀୟା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସାଂପ୍ରତିକ ସ୍ଥିତିରେ  କୋଭିଡ ମହାମାରୀ ର ସଂକ୍ରମିତ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ହେତୁ କଳାହାଣ୍ଡିରେ ସ୍ଥିତି ଅସମ୍ଭାଳ ହେବାରୁ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସଂପର୍କରେ ବରିଷ୍ଠ ପୋଲିସ ଅଧରକାରୀ ମାନଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । କଳାହାଣ୍ଡିର  ସୀମା ଛତିଶଗଡ ସୀମାକୁ ଲାଗିଥିବା ବେଳେ ସୀମା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ଡିଜିପି ବିଭିନ୍ନ ଥାନା କୁ ଯାଇ ଅନୁଧ୍ୟାନ କରିଥିଲେ । ଭବାନୀପାଟଣା ଟାଉନଥାନା ରେ କାର୍ଯ୍ୟରତ କନେଷ୍ଟବଳ ପୁରୁଷୋତମ ଭୋଇ ଙ୍କୁ ତାଙ୍କର ପୋଲିସ ବିଭାଗରେ କାର୍ଯ୍ୟକରିବାର ଅବଦାନ ପାଇଁ ସମ୍ମାନୀତ କରିଥିଲେ ।