Odiapua.com

କଳାହାଣ୍ଡିରେ ହୃଦୟ ବିଦାରକ ସଡକ ଦୁର୍ଘଟଣା। ଗୋଟିଏ ପରିବାରର ୫ ମୃତ ୨ ଜଣ ଗୁରୁତର। ଧର୍ମଗଡ ଆରଣ୍ୟକ ବ୍ରାହ୍ମଣ ସମାଜର ସଭାପତି ଆଶୁତୋଷ ବେହେରା ଦୁର୍ଘଟଣାରେ ମୃତ

କଳାହାଣ୍ଡି – ୨୨.୦୫.୨୦୧୯ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜୁନାଗଡ ୨୬ ନମ୍ବର ଜାତୀୟ ରାଜପଥ ଜାରିଙ୍ଗ ଠାରେ ୨୨ ତାରିଖ ବଢି ଭୋରରେ ଏକ ମର୍ମନ୍ତୁଦ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ପରିବାରର ପାଂଚ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଅତ୍ୟନ୍ତ ଗୁରୁତର ଭାବେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସା କରାଯିବା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜୁନାଗଡ ବ୍ଲକ ଅନ୍ତର୍ଗତ ଖୁର୍ସାଲିଗୁଡା ଗ୍ରାମର ଆଶୁତୋଷ ବେହେରା ନିଜ ଭାଇ ଜଗନ୍ନାଥ ବେହେରା, ପୁଅ ବିନାୟକ ବେହେରା, ବୋହୁ ନିଭା ବେହେରା, ଦୁଇ ନାତୁଣି ଏବଂ ଜଣେ ଚାକରାଣି ସହିତ ନିଜ ୱାଗନଆର ଗାଡିରେ କେସିଙ୍ଗାରୁ ନିଜ ଘର ଖୂର୍ସାଲିଗୁଡା ଗ୍ରାମକୁ ୨୨ ପାହାନ୍ତିଆ ୩ ଟା ରେ ଫେରୁଥିଲେ। ଭବାନୀପାଟଣା ଜୁନାଗଡ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଜାରିଙ୍ଗ ଠାରେ ସେହି ୱାଗନଆର ଗାଡିଟି ଜୁନାଗଡ ପଟୁ ଭବାନୀପାଟନା ଯାଉଥିବା ଏକ ମାଲବୋଝେଇ ଓଡି-ଏ-୮୨୯୨ ନମ୍ବର ଟ୍ରକ ସହ ମୁହାଁ ମୁହିଁ ଧକ୍କା ହେଇଯାଇଥିଲା। ଘଟଣା ସଂପର୍କରେ କୌଣସି ସୂତ୍ରରୁ ଫାୟାର ବôିଗେଡ ଖବର ପାଇବା ପରେ ଦୁର୍ଘଟଣା ସ୍ଥଲକୁ ପୋଲିସ ସହ ଯାଇ ଦେଖିବା ପରେ ୱାଗନଆର ଗାଡି ସାମନାରେ ଥିବା ଆଶୁତୋଷ ବେହେରା ( ୬୦) ଏବଂ ତାଙ୍କ ଭାଇ ଜଗନ୍ନାଥ ବେହେରା (୫୪) ଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଥିଲା। ପଛପଟେ ବସିଥିବା ଆଶୁତୋଷଙ୍କ ପୁଅ ବିନାୟକ ( ୩୬) ଓ ବୋହୁ ନିଭା, ବିନାୟକଙ୍କ ୪ବର୍ଷର ଓ ୫ ମାସର ଦୁଇ ଝୀଅ ସମେତ ତାଙ୍କ ସହ ଯାଇଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ବୋହୁ ନିଭା ଓ ବୃଦ୍ଦା ବ୍ୟତୀତ ସମସ୍ତଙ୍କୁ ମୃତ ଘୋଷଣା କରାଯାଇଥିବା ଜଣାପଡିଛି। ନିଭାକୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ବିଶାଖାପାଟଣା ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ବୃଦ୍ଦା ଜଣକ ଚିକିତ୍ସାଧିନ ଚିକିତ୍ସାଧିନ ଥିବାର ଜଣାପଡିଛି ଛୋଟ ଶିଶୁର ଚିକିତ୍ସା ପାଇଁ ଯାଇଥିବା ଏହି ପରିବାର ମଙ୍ଗଳବାର ରାତିରେ ବିଶାଖାପାଟଣାରୁ ଫେରି ନିଜ ୱାଗନଆର ଗାଡିରେ ଘରକୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ପରିବାରର ସମସ୍ତେ ଏଭଲି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ହୋଇଯାଇଥିବା ବେଳେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଲିଯାଇଛି। ଆଶୁତୋଷ ବେହେରା ଜଣେ ଆଧ୍ୟାତ୍ମିକ ଚିନ୍ତନର ବ୍ୟକ୍ତି ଥିବା ବେଳେ ହନୁମାନ ସେବକ ଥିଲେ। ତାଙ୍କ ଜୀବନକାଳ ଭିତରେ ପ୍ରାୟ ପାଂଚ ହଜାରରୁ ଉର୍ଦ୍ଧ୍ୱ ହନୁମାନ ଚାଲିଶା ଅନୁଷ୍ଠାନ କରିଥିବା ବେଳେ ପ୍ରତି ବର୍ଷ ପ୍ରାୟ ଆଠ/ଦଶ ଟି ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ କରୁଥିଲେ। ଜଣେ ସୁସଂଗଠକ ଭାବେ ପରିଚିତ ଆଶୁତୋଷ ବେହେରା ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜର ସଭାପତି ଭାବେ ଦୀର୍ଘ ବର୍ଷ ହେବ ଦାୟୀତ୍ୱ ତୁଲାଇ ଆସୁଥିଲେ। ତାଙ୍କ ଅବର୍ତମାନରେ ସମଗ୍ର ଅଂଚଳରେ ଏକ ଅପୂରଣିୟ କ୍ଷତି ହୋଇଯାଇଥିବା ବେଳେ ଶୋକର ଛାୟା ଖେଲିଯାଇଛି। ଜୁନାଗଡ ପୋଲିସ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି।