Odiapua.com

କଳାହାଣ୍ଡିରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀ ନେଇ ଜିଲ୍ଲା ଓକିଲ ସଂଘ ର ଦିଲ୍ଲୀ ଯାତ୍ରା

କଳାହାଣ୍ଡି, ତା.୧୧.୦୩.୨୦୨୦ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)) କଳାହାଣ୍ଡିରେ ହାଇକୋର୍ଟ ବେଂଚ ଦାବୀ ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିବା ବେଳେ ସଂପ୍ରତି ଏହି ଦାବୀ ନେଇ ଦିଲ୍ଲୀ ଦରବାରରେ ଦାବୀ ଉଠାଇବାଗେଯାଜନା କରାଯାଇଛି । ଜିଲ୍ଲା ଓକିଲ ସଂଘ ସଭାପତି ଭବେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଯାତ୍ରା କରିଛନ୍ତି । ବୁଧବାର ସକାଳୁ ଜିଲ୍ଲା କୋର୍ଟ ପରିସରରେ ଥିବା ମଧୂ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରି ବସ ଯୋଗେ କେସିଙ୍ଗା ଯାଇ ସେଠାରୁ ସମତା ଏକ୍ସପ୍ରେସ ଟ୍ରେନ ଯୋଗେ ଦିଲ୍ଲୀ ଯାତ୍ରା କରିଥିବା ଜଣାପଡିଛି । ଦିଲ୍ଲୀ ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ଭାରତର ମହାମିହମ ରାଷ୍ଟ୍ରପତି, ପ୍ରଧଅନମନ୍ତ୍ରୀ, ଆଇନ ମନ୍ତ୍ରୀ, ସୁପ୍ରିମ କୋର୍ଟ ମୂଖ୍ୟ ବିଚରାପତି ପ୍ରମୂଖଙ୍କୁ ସାକ୍ଷାତ କରି କଳାହାଣ୍ଡିରେ ହାଇକୋର୍ଟ ବେଂଚ ସ୍ଥାପନର ଯଥାର୍ଥତା ଉପରେ ଦାବୀ ଉପସ୍ଥାପନା କରିବାର କାଉର୍ଯ୍ୟକ୍ରମ ରହିଥିବା ସଭାପତି ଙ୍କ ସୂତ୍ରରୁ ପ୍ରକାଶ । କଳାହାଣ୍ଡିରେ ହାଇକୋର୍ଟ ବେଂଚ ସ୍ଥାପନ ହେଲେ ସମଗ୍ର କେବିକେ ଅଂଚଲ ସମେତ ପଡୋଶୀ କନ୍ଧମାଳ, ବୌଦ୍ଧ ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ ।