Odiapua.com

କଳାହାଣ୍ଡିରେ ମରୁଡି ଜନିତ ଆତ୍ମହତ୍ୟା ବଢିବାରେ ଲାଗିିଛି – କୃଷି ବିଭାଗ ନିଦାବିଷ୍ଣୁ

କଳାହାଣ୍ଡି – ୦୩/୧୧/୨୦୧୮ ( ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା )ଚଳିତ ଖରିଫ ଋତୁରେ ଅନିୟମିତ ଓ କମ ବର୍ଷା ଯୋଗୁଁ ଚାଷ ନଷ୍ଟ ହୋଇଯାଇଥିବାର ଅନେକ ଅଭିଯୋଗ ହୋଇଆସୁଛି। ବର୍ଷାଅଭାବ ସା୮୍ଗକୁ ରୋଗ ପୋକ ଅଧରକ ମାତ୍ରାରେ ବଢିଯାଇଥିବା ହେତୁ କଳାହାଣ୍ଡିଆ ଚାଷୀର ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲିଯାଇଥିବା ଚାଷୀ ମହଲରୁ ପ୍ରକାଶ। ଧର୍ମଗଡ ଉପଖଣ୍ଡର ଅଧରକାଂଶ ଅଂଚଳ ଇନ୍ଦ୍ରାବତୀ ଜଳସେଚନ ଯୋଜନାରୁ କେନାଲ ପାଣି ବ୍ୟବସ୍ଥା ଥିଲେହେଁ ନିମ୍ନ ମାନର କେନାଲ ଯୋଗୁଁ ଅନେକ ଅଂଚଲକୁ ଠିକ ଭାବେ ପାଣି ପହଂଚି ପାରିନଥାଏ ବୋଲି ଚାଷୀ ମହଲରୁ ଜଣାପଡିଛି। ଜିଲ୍ଲାର କୋ୦କସରା ବ୍ଲକ ଅଂଚଳ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ନଥିବା ହେତୁ ସମଗ୍ର ଅଂଚଳ ବର୍ଷାଭାବ ଜନିତ ଚାଷ କ୍ଷତି ଅତି ମାତ୍ରାରେ ବଢିବାରେ ଲାଗିଛି। ଅନ୍ୟ ପକ୍ଷରେ ରୋଗପୋକ ଜନିତ କ୍ଷୟ ଏବଂ ଔଷଧ ସଂଚନ କଲେ ମଧ୍ୟ ସେସବୁ କାମ ଦେଉନଥରବା ହେତୁ କ୍ଷତି ବଢିବାରେ ଲାଗିଛି। ଏପରି ସ୍ଥିତିରେ କୋକସରା ବ୍ଲକର ଦୁଇଟି ପରିବାର ଉଜୁଡି ଯାଇଥିବା ବେଳେ ଗତ ୨ ତାରିଖ ଦିନ ଆଉଜଣେ ଚାଷୀ ସୁଦର୍ଶନ ମାଝୀ(୬୫) ପୋଖରୀକୁ ଡେଇଁ ଅତ୍ମହତ୍ୟା କରିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ତ୍ରୀ ଡମେନ ମାଝୀ(୬୦) ଗୁରୁତର ହୋଇପଡିଥିବା ଜଣାପଡିଛି। ଏହି ମୃତ୍ୟୁ କୁ ମିଶାଇ ଜିଲ୍ଲାରେ ଚାଷୀ ମୃତ୍ୟୁ ସଂଖ୍ୟା ଚାରି ହୋଇଯାଇଥିବା ଚାଷୀ ମହଲରୁ ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, କୋକସରା ବ୍ଲକର କନ୍ଦାବୁଟ୍ରା ଗ୍ରାମପଂଚାୟତର ତୁନଗାାଁର ଚାଷୀ ସୁଦର୍ଶନ ଚାଷବାସ କରି ନିଜ ସଂସାରକୁ ପ୍ରତିପୋଷଣ କରିଆସୁଥିଲେ। ବଡପୁଅ ସୁବାସ ଗତ ୧୯୯୭ ରୁ ଗୋଆରେ ଦାଦନ ଖଟୁଥିବା ବେଳେ ଗତ ୨୦୦୦ ମସିହାରେ ବାହାସାହ ହୋଇ ସେଠାରେ ହିଁ ରହିଯାଇଥିବା ପଡୋଶୀମାନଙ୍କ ସୁତ୍ରରୁ ପ୍ରକାଶ। ସାନପୁଅ ପ୍ରମୋଦ ଗତ ୧୦/୧୨ ବର୍ଷ ହେବ ନିକଟସ୍ଥ ବେହେରେନସିଲ ଗ୍ରାମରେ ଘରଜ୍ୱାଇଁ ଭାବେ ନିଜ ଶ୍ୱଶୂର ଘରେ ରହୁଥିବା ଜଣାପଡିଛି। ପ୍ରତି ବର୍ଷ ଭଲି ଚଳିତ ବର୍ଷ ସୁଦର୍ଶନ ନିଜ ପୈତୃକ ଚାରି ଏକର ଜମିକୁ ଚାଷ କରିଥିବା ବେଳେ ବର୍ଷା ଅଭାବ ସାଙ୍ଗକୁ ରୋଗପୋକ ଯୋଗୁଁ ଚାଷ ନଷ୍ଟ ହେତୁ ଚିନ୍ତାରେ ରହୁଥିଲା। ଏପରିକି ନିଜ ଶଳାକୁ ଦୁଃଖ ଜଣାଇବା ସହ ଏବର୍ଷ କିପରି ସ୍ୱାମୀସ୍ତ୍ରୀଚଳିବୁ ବୋଲି ମନସ୍ତାପ କରୁଥିବା ପ୍ରକାଶ। ଶେଷରେ ଆତ୍ମହତ୍ୟା ଭଲି ଚରମ ପଦକ୍ଷେପ ନେଇ ଗତ ୨ତାରି ଦିନ ସକାଳୁ ନିଜ ଘରପାଖ ଏକ ପରିତ୍ୟକ୍ତ ପୋଖରୀକୁ ଡେଇଁ ପଡି ଅତ୍ମହତ୍ୟା କରିଦେଇଥିଲେ। ଡମେନ ଏହା ଦେଖି ବଂଚାଇବାକୁ ଚେଷ୍ଟା କରି ଗୁରୁତର ହୋଇଯାଇଥିବା ବେଳେ ଘଟଣା ପ୍ରଚାରିତ ହେବାପରେ ପୋଲିସ ଓ ଦମକଳ ବାହିନୀ ଆସି ମୃତ ସୁଦର୍ଶନକୁ ଉଦ୍ଧାର କରିଥିଲେ।

ସୂଚନା ଯୋଗ୍ୟ ଯେ, ଚାଷ କ୍ଷତି ଜନିତ କାରଣରୁ ଗତ ୨୫ ତାରିଖ ଦିନ ଏହିବ୍ଲକର ପମାନନ୍ଦ ସାହୁ ନାକମ ଜଣେ ଚାଷୀର ମୃତ୍ୟୁ ହୋଇଥିବା ବେଳେ ୨୬ ତାରିଖ ଦିନ ସୁନାମାଲ ଗ୍ରାମର ଗଣେଶ ସାହୁ ନାମକ ଆଉଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା କୋକସରା ବ୍ଲକର ଚତୁର୍ଥ ଘଟଣା ବୋଲି ଜଣାପଡିଛି। ସରକାରୀ ବିଭାଗୀୟ ପଦାଧିକାରୀ ଏସବୁ ମୃତ୍ୟୁ କୁ ଚାଷକ୍ଷତି ଜନିତ ନୁହେଁ ବୋଲି ସଫେଇ ଦେଇ ଦାୟୀତ୍ୱ ସାରି ଦେଉଥିବା ହେତୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ଅନେକ ଚାଷି ନିଜ ଉଜୁଡା ଫସଲକୁ ନିଆଁ ଲଗାଇ ଦେଉଥିବା ବେଳେ କେଉଁଠି ନିଜ ଜୀବନକୁ ବାଜି ଲଗାଇ ଦେଉଥିବା କୁହାଯାଉଛି। ସମଗ୍ରା କଳାହାଣ୍ଡି ଜିଲ୍ଲାରେ ଉତ୍କଟ ମରୁଡି ପରିସ୍ଥିତି ଦେଖାଯାଇଥିବା ବେଳେ କୃଷି ବିଭାଗ କେବଳ ନିଦାବିଷ୍ଣୁ ସାଜିଥିବା ହେତୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଇତି ମଧ୍ୟରେ ସରକାର କଳାହାଣ୍ଡିକୁ ମରୁଡି ଘୋଷଣା କରିଥିବା ବେଳେ ତାହା କେତେ ଦୂର ଚାଷୀ ମାନଙ୍କୁ ସୁହାଇବ ତାହା ଚାଷୀ ମାନେ ଅନିଶ୍ଚିତ ଥିବା ପ୍ରକାଶ।