Odiapua.com

କଳାହାଣ୍ଡିରେ ପ୍ରଥମ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ, ପ୍ରଶାସନର ବ୍ୟାପକ ପ୍ରସ୍ତୃତି

କଳାହାଣ୍ଡି, ୧୨.୦୩.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସାଧାରଣ ନିର୍ବାଚନ୨୦୧୯ କୁ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୃତି କରାଯାଇଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ଆଗାମୀ ଅପ୍ରେଲ ୧୧ ତାରିଖରେ ହେବାକୁଥିବା ଏହି ସାଧାରଣ ନିର୍ବାଚନରେ ଆଚରଣ ବିଧିକୁ କଡାକଡି ଭାବେ ପାଳନ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବାଦଦାତା ମାନଙ୍କ ଆଗରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୧୮ ତାରିଖରୁ ମନୋନୟନ ପତ୍ର ବିକ୍ରୀ ଆରମ୍ଭ କରାଯିବା ସହିତ ୨୫ ତାରିଖ ପର୍ଯ୍ୟନ୍ତ ଦାଖଲ କରାଯିବା ସମୟ ଧା୍ର୍ୟ କରାଯାଇଛି। ୨୬ ତାରିଖ ଦିନ ଯାଂଚ କରାଯାଇ ୨୭ ତାରିଖ ସୁଦ୍ଧା ମନୋନୟନ ପତ୍ର ପ୍ରତ୍ୟାହାର ସମୟ ରହିଥିବା ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ବିଧାୟକ ପ୍ରାର୍ଥô ପାଇଁ ଅଣସଂରକ୍ଷିତ ମନୋନୟନ ପତ୍ର ପାଇଁ ୧୦ହଜାର ଟଙ୍କା ଏବଂ ଅନୁସୂଚିତ ତଥା ଜନଜାତି ପ୍ରାର୍ଥô ପାଇଁ ୫ହଜାର ଟଙ୍କା ଅମାନତ ରାଶି ରଖାଯାଇଥିବା ବେଳେ ସାଂସଦ ପ୍ରାର୍ଥô ପାଇଁ ଅଣସଂରକ୍ଷିତ ମନୋନୟନ ପତ୍ର ପାଇଁ ୨୫ହଜାର ଟଙ୍କା ଏବଂ ଅନୁସୂଚିତ ତଥା ଜନଜାତି ପ୍ରାର୍ଥô ପାଇଁ ୧୨ହଜାର୫୦୦ ଟଙ୍କା ଅମାନତ ରାଶି ରଖାଯାଇଥିବା ଜଣାପଡିଛି। ମନୋନୟନ ସମୟରେ ପ୍ରାର୍ଥôମାନଙ୍କ ପାନକାର୍ଡ ନମ୍ବର ଏବଂ ଏକ ଆଫିଡେଭିଟ ଜରୁରୀ ଥିବା ବେଳେ ଦୁଇଟି ସେଟ ପ୍ରାର୍ଥôପତ୍ର ଦାଖଲ କରିପାରିବେ ବୋଲି କୁହାଯାଉଛି। ପ୍ରତ୍ୟେକ ମନୋନୟନ ପତ୍ରରେ ସେହି ନିର୍ବାଚନ ମଣ୍ଡଳୀର ୧୦ଜଣ ପ୍ରସ୍ତାବକ ରହିବେ ଏବଂ ମନୋନୟନ ପତ୍ର ଦାଖଲ ସମୟରେ ମାତ୍ର ୫ ଜଣ ହିଁ ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଯାଇ ପାରିବେ ବୋଲି ଧାର୍ଯ୍ୟ ହୋଇଥିବା ପ୍ରକାଶ। ସେହିପରି ମନୋନୟନ ପତ୍ର ଦାଖଲ ସମୟରେ ମାତ୍ର ୩ଟି ଗାଡି ବ୍ୟବହାର କରିପାରିବେ ବୋଲି ଜଣାପଡିଛି। ସଭାସମିତି ପାଇଁ ସ୍ଥାନୀୟ ପୋଲିସର ଅନୁମତି ନେବା ଜରୁରୀ ବୋଲି କୁହାଯାଇଛି। କଳାହାଣ୍ଡି ଜିଲ୍ଲାପାଳ ଲୋକସଭାପାାଇଁ ରିଟର୍ଣ୍ଣିଂ ଅଫିସର ରହିଥିବା ବେଳେ ଅତିରକ୍ତ ଜିଲ୍ଲାପାଳ ଲାଂଜିଗଡ ବିଧାନସଭା ପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ନର୍ଲା ଓ ଭବାନୀପାଟଣା ବିଧାନସଭା ପାଇଁ ଏବଂ ଧର୍ମଗଡ ଉପଜିଲ୍ଲାପାଳ ଜୁନାଗଡ ଓ ଧର୍ମଗଡ ବିଧାନସଭା ପାଇଁ ରିଟର୍ଣ୍ଣିଂ ଅଫିସର ଦାୟୀତ୍ୱ ତୁଳାଇବେ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ। ବିଧାୟକ ପ୍ରାର୍ଥô ସର୍ବାଧିକ ୨୮ଲକ୍ଷ ଏବଂ ଲୋକସଭା ପ୍ରାର୍ଥô ସର୍ବାଧରକ ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ନିୟମ ରହିଥିବା ଏବଂ ନିର୍ବାଚନ ଖର୍ଚ୍ଚ ହେବାକୁ ଥିବା ବେଙ୍କ ପାଶବୁକ ଏବଂ ପାନ ନମ୍ବର ଇତ୍ୟାଦି ସମସ୍ତ ତଥୟ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାଖଲ କରାଯିବାକୁ ନିୟମ ରହିଥିବା କୁହାଯାଇଛି। ନିର୍ବାଚନ ବୁଥ ନିକଟରେ ପାନୀୟ ଜଳ, ପାଇଖାନା, ଅସ୍ଥାୟୀ ବିଶ୍ରାମଗାର ଇତ୍ୟାଦି ମୌଲିକ ସୁବିଧାମାନ କରାଯିବାର ବ୍ୟବସ୍ଥା ରହିଥିବା ପ୍ରକାଶ। ଜିଲ୍ଲାରେ ୧୪୦୫ ଟି ବୁଥ ଥିବା ବେଳେ ୨୨୦ ଟି ସମ୍ବେଦନଶୀଲ ବୁଥ ରହିଛି ଏବଂ ୧୭୫ ଟି ବୁଥ ମାଓ ପ୍ରବଣ ଅଂଚଳରେ ଥିବା ଜଣାପଡିଛି। ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ଭୋଟଦାନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।