Odiapua.com

କଳାହାଣ୍ଡିରେ ଦୁଇ କରୋନା ପଜିଟିଭ ଚିହ୍ନଟ, କୋଭିଡ ହସପିଟାଲରେ ଭର୍ତି

କଳାହାଣ୍ଡି ତା.୨୪.୦୫.୨୦୨୦ (ଓଡିଆପୁଅ) କଳାହାଣ୍ଢି ଜିଲ୍ଲାରେ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଳାହାଣ୍ଡି ସିଡିଏମଓ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିବା ଜଣାପଡିଛି । ସଂପୃକ୍ତ ମାନଙ୍କୁ ତୁରନ୍ତ କଳାହାଣ୍ଡି କୋଭିଡ-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସଂପୃକ୍ତ ମାଆ (୪୪) ଓ ଝୀଅ (୧୯) ଦୁଇଜଣ ଗତ ୧୨ ତାରିଖ ଦିନ ପଶଂଚିମ ବଙ୍ଗର ସମ୍ବଲପୁର ଦେଇ ଭବାନୀପାଟଣା ଆସିବା ପରେ ଜୁନାଗଡ ସ୍ଥିତ ହୋଟେଲ ସ୍ୱାଗତରେ ସ୍ଥାପନ କରାଯାଇଥିବା ଦେୟଯୁକ୍ତ କ୍ୱାରେନଟାଇନରେ ଅବସ୍ଥାନ କରୁଥିଲେ । ମାଆଝୀଅ ଦୁଇଜଣଙ୍କୁ ପଜିଟିଭ ବାହାରିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଖୋଜା ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି ।

ଏହି ଦୁଇଜଣକୁ ମିଶାଇ କଳାହାଣ୍ଡିରେ ମୋଟ ୧୫ ଜଣ ସଂକ୍ରମିତ ମଧ୍ୟରୁ ଦୁଇ ଜଣ ପୂର୍ବରୁ ସୁସ୍ଥ ହୋଇ ଫେରିଥିବା ବେଳେ ଲାଂଜିଗଡ ବ୍ଲକ ଓ ଭବାନୀପାଟଣା ବ୍ଲକର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୧ ଏବଂ ଜୁନାଗଡରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କୁ ମିଶାଇ ୧୩ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି ।