Odiapua.com

କଳାକାର ସଂଘର କର୍ମକର୍ତ୍ତା ନିର୍ବାଚନ

ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଓଡ଼ିଶା ଶ୍ରୀ ଜଗନ୍ନାଥ କଳାକାର ମହାସଂଘ ଆନୁକୁଲ୍ୟରେ ପୁରୀ ଜିଲ୍ଲା କଳାକାର ସଂଘର ବୈଠକ ହୋଇଯାଇଛି। ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ଓଡ଼ିଶା କଳାକାର ମହାସଂଘର ସଭାପତି କଣ୍ଠଶିଳ୍ପୀ ଗଗନବିହାରୀ ଜେନା, ସମ୍ପାଦକ ଅଜୟ କୁମାର କର, ମୁଖ୍ୟ ଉପଦେଷ୍ଟା କଣ୍ଠଶିଳ୍ପୀ ସୈରଭ ନାୟକ, କଣ୍ଠଶିଳ୍ପୀ କୁମାର ବାପି, ଉପସଭାପତି ବିଜୟ କୁମାର ପାଢ଼ୀ, ସହ ସମ୍ପାଦକ ରଶ୍ମିରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ୍ୟ ପରମେଶ୍ୱର ବେହେରାଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା କଳାକାର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା। ପୁରୀ ସଂଘର ସଭାପତି ଭାବେ ଦଇତାପତି ରାମଚନ୍ଦ୍ର ଦାସ ମହାପଅତ୍ର, ମହୀମୋହଦ ପ୍ରଧାନ- ସମ୍ପାଦକ. ଆଲୋକ ମହାପତ୍ର- ସଂଗଠନ ସମ୍ପାଦକ, ଉମାଶଙ୍କର ଦାଶ- ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ, ଶ୍ୟାମ ପ୍ରକାଶ ସେନାପତି- ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ, ଶେଷଦେବ ସାହୁ- ସମୀକ୍ଷକ ଏବଂ ନାରାୟଣ ପାଣ୍ଡେ, ଅମିତ ଚାଟାର୍ଜୀ, ସୁରେନ୍ଦ୍ର ନାୟକ, କେଶବ ମହାରଣା, କୃପାସିନ୍ଧୁ ନାୟକ, ହରେକୃଷ୍ଣ ମିଶ୍ର, ପ୍ରବୀଣ ବରାଳ, ପ୍ରଦୀପ କୁମାର ମିଶ୍ର, ରାଜୁ ମହାରଣା, କେଦାରନାଥ ଦୁବେଙ୍କୁ କାର୍ଯ୍ୟକାରୀ ସମିତି ସଦସ୍ୟ ଭାବେ ଚୟନ କରାଯାଇଛି। ବୈଠକରେ ବୟୋଜ୍ୟେଷ୍ଠ କଳାକାରଙ୍କୁ ସହାୟତା, କଳାକାରଙ୍କ ସମସ୍ୟା ସମାଧାନ, କଳାକାରଙ୍କୁ ପରିଚୟ ପତ୍ର ଏବଂ ବ୍ଲକସ୍ତରୀୟ କଳାକାରଙ୍କ ସହ ସମ୍ପର୍କ ସ୍ଥାପନ ବାବଦରେ ଆଲୋଚନା ହୋଇଥିଲା।