Odiapua.com

କଳାକାର ମହାସଂଘର ଜିଲ୍ଲା ସମାବେଶ ଓ ଜିଲ୍ଲା କମିଟି ଗଠିତ

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ କଳାକାର ମହାସଂଘ ଓଡ଼ିଶା ପକ୍ଷରୁ ଭଦ୍ରକ ନୂଆ ବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ଦିନିକିଆ ସମାବେଶ ଓ ଜିଲ୍ଲା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାବେଶରେ ଭଦ୍ରକ ଜିଲ୍ଲା ସହିତ ଭୁବନେଶ୍ୱର, କଟକ, ଯାଜପୁର, ବାଲେଶ୍ୱର ପ୍ରଭୃତି ବିଭିନ୍ନ ଅଞ୍ଚଳର ଶତାଧିକ କଳାକାର ସମ୍ମିଳିତ ହୋଇଥିଲେ । ମୁଖ୍ୟତଃ ସାମ୍ପ୍ରତିକ ସ୍ଥିତିରେ ମଞ୍ଚ ବନ୍ଦ ରହିଥିବାରୁ କଳାକାରଙ୍କ ଦୁର୍ଦ୍ଦଶା ଯେଉଁ ହାରରେ ବଢି ଯାଇଛି ସେ ନେଇ କଳାକାରମାନେ ଗଭୀର ଉଦ୍‌ବେଗ ପ୍ରକଟ କରିଥିଲେ । କଳାକାରଙ୍କ ଦୁଃଖ କିପରି ସରକାର ଶୁଣିବେ ସେ ନେଇ କାର୍ଯ୍ୟ ଖସଡା ପ୍ରସ୍ତ୍ରୁତ ନିମନ୍ତେ ପ୍ରତି ଜିଲ୍ଲାରେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରିବା ସହିତ ଜିଲ୍ଲା ସ୍ତରୀୟ କମିଟିମାନେ ରାଜ୍ୟ ସଂଘ ସହିତ ମିଶି ପେଟପାଟଣା ପାଇଁ ଦାବୀ କରିବା ଉପରେ ମତ ପ୍ରକାଶ ପାଇଥିଲା । ଓଡ଼ିଶାର ଯୁବ କଳାକାରମାନଙ୍କୁ ସଂଘରେ ସାମିଲ କରାଇ ସଂଘର ସଦସ୍ୟ ସଂଖ୍ୟାରେ ବୃଦ୍ଧି ଘଟାଇବକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ ଭଦ୍ରକ ଜିଲ୍ଲା କମିଟି ଗଠନ କରାଯାଇଥିଲା । କମିଟିରେ ଭଦ୍ରକ ଜିଲ୍ଲା ସଭାପତି ଭାବେ ସଂଗୀତ ନିର୍ଦ୍ଦେଶକ ସୁବାସ ରାମ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପସଭାପତି ମନୋଜ ଦଳାଇ, ରୁଦ୍ରମାଧବ ବାରିକ, ରଶ୍ମିତା ସେଠୀ, ସୂର୍ଯ୍ୟକାନ୍ତ କୁଅଁର, ସାଧାରଣ ସମ୍ପାଦକ କଣ୍ଠଶିଳ୍ପୀ କୁମାର ଗୌତମ, ସହସମ୍ପାଦକ ହେମନ୍ତ ନାୟକ, କୋଷାଧ୍ୟକ୍ଷ ଭାଗିରଥି ମୁଦୁଲି, ପ୍ରତାପ ବେହେରା, ସୁମତୀ ପଣ୍ଡା ପ୍ରମୁଖ ମନୋନୀତ ହୋଇଥିଲେ । ଏହି ସମାବେଶରେ ଶ୍ରୀଜଗନ୍ନାଥ କଳାକାର ମହାସଂଘର ସଭାପତି କଣ୍ଠଶିଳ୍ପୀ ଗଗନ ବିହାରୀ ଜେନା, ସମ୍ପାଦକ ଅଜୟ କୁମାର କର, ଉପସଭାପତି ବିଜୟ କୁମାର ପାଢୀ, କୋଷାଧ୍ୟକ୍ଷ ବିକ୍ରମ କେଶରୀ ମହାନ୍ତି, ମୁଖ୍ୟ ସଂଯୋଜକ ଦେବୀ ପ୍ରସାଦ ଦାସ, କାର୍ଯ୍ୟକାରିଣୀ ସଦସ୍ୟ କୃପାସିନ୍ଧୁ ନାୟକ, ମୁଖ୍ୟ ଉପଦେଷ୍ଟା କଣ୍ଠଶିଳ୍ପୀ ସୌରଭ ନାୟକ, ଭୁବନେଶ୍ୱର ଜୋନ ସଭାପତି ସଞ୍ଜୟ କୁମାର ଦାସ, ଯାଜପୁର ଜୋନରୁ ରବି ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ ।