Odiapua.com

କଳାକନା ବୁଲାଇଲେ ଦୁର୍ବୃତ୍ତ

ନିଆଳି,୧୩/୦୯,(ଓଡ଼ିଆ ପୁଅ ପି ନାଏକ): ଆଜ୍ଞା ହଁ, ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେବେ ଏହି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଖମଣସାହି ଗାଁର ପ୍ରଫୁଲ୍ଲ ଚନ୍ଦ୍ର ବାଗଙ୍କ ଘରେ ।  ସେମାନଙ୍କ କହିବା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଛେଳି ଗୁହାଳ ଭିତର ଦେଇ ତାଙ୍କ ଘର ଭିତରେ ପଶିଥିଲେ। ପରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବାବେଳେ ଦୁର୍ବୃତ୍ତମାନେ ବାହାରୁ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ଆଲମିରା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ୫୦ହଜାର ଟଙ୍କା ଲୁଟି ନେଇଥିଲେ।

ପରେ ପରିବାର ଲୋକେଲୋକେ  ଉଦଳା ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।