Odiapua.com

କଳମଛୁଇଁ ଶିଶୁମନ୍ଦିରର ନୂତନ ୱେବସାଇଟ ଉଦ୍‌ଘାଟିତ

ତାଳଚେର,୧୬/୦୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ବସନ୍ତ ପଂଚମୀ ପାଳନ ଅବସରରେ ତାଳଚେର ବ୍ଲକସ୍ଥିତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନିଜସ୍ୱ ୱ୍ୱେବସାଇଟ୍ ଉଦ୍‌ଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବରେ ହିଙ୍ଗୁଳା କୋଇଲାଖଣିର ଖଣି ପ୍ରବନ୍ଧକ ଶଶୀପ୍ରସାଦ,ସମ୍ମାନୀତ ଅତିଥି ଭାବରେ ଶିକ୍ଷା ବିକାଶ ସମିତି,ମଧ୍ୟସମ୍ଭାଗର ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ,ତାଳଚେର ସଙ୍କୁଳ ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଚର୍ତୁଭୂଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ଅତିଥିମାନେ ବିଦ୍ୟାଳୟର ୱ୍ୱେବସାଇଟକୁ ଉଦ୍‌ଘାଟନ କରିଥିଲେ। ସଂପ୍ରତି କରୋନା ସମୟରେ ବିଦ୍ୟାଳୟଗୁଡିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀମାନେ ଅନଲାଇନ୍ ପାଠ ପଢୁଛନ୍ତି। ଏଭଳିସ୍ଥଳେ ବିଦ୍ୟାଳୟର ନିଜସ୍ୱ ୱ୍ୱେବସାଇଟ୍ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଶିକ୍ଷା, ପରୀକ୍ଷା ତଥା ଅନ୍ୟାନ୍ୟ ପାଠ୍ୟ ସମ୍ପର୍କିତ ସୂଚନା ପ୍ରଦାନ କରିବା ସହ ଅନ୍‌ଲାଇନ ଶିକ୍ଷାକୁ ପ୍ରୋତ୍ସାହନ କରିବାରେ ବିଶେଷ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମହାମାରୀ କରୋନା ବିରୁଦ୍ଧରେ ଲଢେଇ କରି ଜନସାଧାରଣମାନଙ୍କୁ ସଚେତନ କରାଇବା ତଥା ଅନାହାରରେ ଥିବା ଅସହାୟ ବ୍ୟକ୍ତିବିଶେଷଙ୍କୁ ସହାୟତା ପ୍ରଦାନ କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର,ଗୋପବନ୍ଧୁ ଦରିଦ୍ର କଲ୍ୟାଣ ସମିତି,ସମାଜସେବୀ ବାପି ମହାନ୍ତି ଓ ସାମ୍ବାଦିକ ଅଜିତ୍ କୁମାର ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତରୀୟ ଦେଇ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ତପନ କୁମାର ସାହୁ,କୋଷାଧ୍ୟକ୍ଷ ଗିରୀଶ ଚନ୍ଦ୍ର ପ୍ରଧାନ,ଶିକ୍ଷା ବିକାଶ ସମିତି, ମଧ୍ୟସମ୍ଭାଗର ପୂର୍ବତନ ସମ୍ପାଦକ ସୁଭାଷ ଚନ୍ଦ୍ର ପ୍ରଧାନ,ଶିକ୍ଷାବିତ୍ ଦୁଃଖବନ୍ଧୁ ସାହୁଙ୍କ ସମେତ ବହୁ ଅଭିଭାବକ, ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଆଚାର୍ଯ୍ୟା ପ୍ରିୟଙ୍କା ବେହେରା ଓ ଜ୍ୟୋର୍ତିମୟୀ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ବେହେରା,ଆଚାର୍ଯ୍ୟା ଶୁଶ୍ରୀ ତ୍ରିପାଠୀ,ବିକାଶ ପ୍ରଧାନ,ଭଗବତୀ ମହାପାତ୍ର,ବୀଣାପାଣି ବାରିକ,ସବିତା ସାହୁ,ଅଜୟ ସାହୁ,ବିଷ୍ଣୁ ମହାପାତ୍ର,ସ୍ନେହଲତା ସ୍ୱାଇଁ ପ୍ରମୁଖଙ୍କ ସହ ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।