Odiapua.com

କଳମଛୁଇଁ ଶିଶୁମନ୍ଦିରରେ ସମାବର୍ତ୍ତନ ଉତ୍ସବ

ତାଳଚେର, ୨୬/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ବିଦାୟକାଳୀନ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଓ ଯୁଗ୍ମ ସଂପାଦକ ତପନ କୁମାର ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଚାର୍ଯ୍ୟ ଚତୁର୍ଭୂଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉଜ୍ଜଳ ଭବିଷ୍ୟତ ନିମନ୍ତେ ଶୁଭ ମନାସିବା ସହ ଆଶ୍ରିବଚନ ପ୍ରଦାନ କରିଥିଲେ। ଛାତ୍ରୀ ପ୍ରିନ୍ସ ପ୍ରିୟା ସାହୁ ଓ ଦିବ୍ୟାଶୀଂ ଦୀପଶିଖା ବିଦ୍ୟାଳୟରେ ସେମାନଙ୍କର ଅନୁଭୂତି ବଖାଣିଥିଲେ। ଆଚାର୍ଯ୍ୟା ଦମୟନ୍ତୀ ନନ୍ଦ ଓ ତ୍ରିଲୋଚନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଚାର୍ଯ୍ୟ ମଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆଚାର୍ଯ୍ୟା ବୀଣାପାଣି ବାରିକ, ସରିତା ନାୟକ, ବସନ୍ତ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।