Odiapua.com

କଳମଛୁଇଁରେ ଗଜଲକ୍ଷ୍ମୀ ପୂଜା ପାଳନ

ତାଳଚେର,୩୧/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ସମୃଦ୍ଧି ଓ ସୌନ୍ଦର୍ଯ୍ୟର ଦେବୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ନିରାଡମ୍ବର ସହକାରେ ପାଳିତ ହେଉଅଛି । କୋଭିଡ କଟକଣା ଯୋଗୁଁ ଭକ୍ତମାନଙ୍କ ଅନୁପସ୍ଥିତିରେ ଚଳିତ ବର୍ଷ ମା’ ଙ୍କ ପୂଜା କେବଳ ବିଧିରକ୍ଷା କରି ପାଳନ କରାଯାଉଛି । ପୂଜାମଣ୍ଡପଗୁଡିକର ଚତୁଃପାଶ୍ୱର୍ରେ କପଡା ଲଗାଯାଇ ଅଳ୍ପ କେତେଜଣ ପୂଜା କମିଟି କର୍ମକର୍ତାଙ୍କ ଉପସ୍ଥିତିରେ ମାଙ୍କ ଆରାଧନା କରାଯାଉଛି । ବାଉଁଶଗାଡିଆ ମା ଗଜଲକ୍ଷ୍ମୀ ପୂଜା କମିଟି,ବଡଠାକୁର ଘର ସାହି ମା ମହାଲକ୍ଷ୍ମୀ ପୂଜା କମିଟି, ପିଢ ସାହି ମହାଲକ୍ଷ୍ମୀ ପୂଜା କମିଟି,ଏମ୍‌ଏଲ୍‌ଏ ଛକ ମହାଲକ୍ଷ୍ମୀ ପୂଜା କମିଟି, ଚାର ଗାଡିଆ, ସୁପର ମାର୍କେଟ ଛକ,ମଝୀକା ଦେଉଳ ଛକ,ପୁରୁଣା ସାହି କଦମ୍ବ ଛକ,କଲେଜ ଛକ ପ୍ରମୁଖ ୧୭ଟି ମଣ୍ଡପରେ ମା ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଛି । ପୂଜା ମଣ୍ଡପଗୁଡିକରେ ଜନସମାଗମ ନ ହେବା ସହ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ଚଳିତ ବର୍ଷ ପୂଜାକାର୍ଯ୍ୟ ସମ୍ପନ୍ନ କରାଯାଉଛି ବୋଲି କଳମଛୁଇଁ କେନ୍ଦ୍ରୀୟ ଲକ୍ଷ୍ମୀପୂଜା କମିଟିର ସଭାପତି ଗଗନ ବିହାରୀ ସାହୁ ଓ ସମ୍ପାଦକ ହରେଶ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।