Odiapua.com

କଲ୍ୟାଣପୁର ଠାରେ ବାଇକ୍ ମୁହାଁମୁହିଁ ଧକ୍କା, ୪ଗୁରୁତର

ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଶରଣକୁଳ ଥାନା ଅନ୍ତର୍ଗତ ଦରପଦା ଛକ କଲ୍ୟାଣପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟଠାରେ ସୋମବାର ଅପରାହ୍ନରେ ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଯୁବକଙ୍କର ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବାବେଳେ ପରେ ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ନୟାଗଡ଼ ଥାନା ଅନ୍ତର୍ଗତ ଅଶ୍ୱସ୍ତପଡ଼ା ଗ୍ରାମର କାହ୍ନା ସ୍ୱାଇଁ(୨୦) ଓ ତାଙ୍କ ନିକଟ ସମ୍ପର୍କୀୟ ଦାଦା ସୁଦାମ ରାଉତ(୨୯)ଙ୍କ ସହିତ ଭଉଣୀ ହାତରୁ ରାକ୍ଷୀ ପିନ୍ଧି ନୟାଗଡ଼କୁ ଫେରୁଥିବାବେଳେ ବୀପରିତ ନୟାଗଡ଼ ପାଶ୍ୱର୍ରୁ ଆସୁଥିବା ଆଉ ଏକ ମୋଟରସାଇକେଲରେ ନୟାଗଡ଼ ସଦର ଥାନା ଭାଟସାହିର ସୁଶାନ୍ତ ନାୟକ(୨୨) ଓ ସୁଶାନ୍ତ ନାୟକ(୨୪) ଙ୍କ ସହିତ ଜୋରରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦରପଦା ଛଳରେ ଥିବା ଲୋକମାନେ ପହଂଚି ଗୁରୁତର ଅବସ୍ଥାରେ ୪ଜଣ ଯୁବକଙ୍କୁ ଉଦ୍ଧାର କରିଥିଲାବେଳେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇ ଶରଣକୁଳ ପୁଲିସକୁ ଜକାଇଥିଲେ। ଶରଣକୁଳ ପୁଲିସ ତତ୍‌କ୍ଷଣାତ ଆସି ଆମ୍ବୁଲାନ୍ସ ଆସିବାପୂର୍ବରୁ ନିଜ ଭ୍ୟାନରେ ନୟାଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ। ଭାଟସାହି ବାଇକ୍ ଆରୋହୀଙ୍କ ଅବସ୍ଥା ସଂକଂଟାପନ୍ନ ଥିବା ଜଣାପଡ଼ିଛି।