Odiapua.com

କଲେଜରେ ହେବନି ନିର୍ବାଚନ! ନୂତନ ବିଦ୍ୟାର୍ଥୀ ନିରାଶ

ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଗତବର୍ଷ ତିତଲି ବାତ୍ୟା ଯୋଗୁ ରାଜ୍ୟ ସରକାର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦେଲେ। ଏଥର ମଧ୍ୟ ସ୍ଥିତି ସେଇଆ। ଏଥର ଇଲେକ୍ସନ ହେବନି, ହେବ ସିଲେକ୍ସନ। ଏହାକୁ ନେଇ କଲେଜରେ ନୂଆକରି ପାଦ ଥାପିଥିବା ଛାତ୍ରଛାତ୍ରୀଙ୍କ ମନରେ ନିରାଶର ବାତାବରଣ ଖେଳି ଯାଇଛି। ରାଉରକେଲାର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନିର୍ବାଚନ ନହେବା ଯୋଗୁ ସରକାରଙ୍କ ଉପରେ ସିଧାସଳଖ ଦୋଷ ଲଦୁଥିବା ଅଭିଯୋଗ ହୋଇଛି। କଲେଜ ପଢୁଆ ଯୁବପିଢୀ ସରକାରଙ୍କ ଏହି ଘୋଷଣାରେ ପୁରା ନିରାଶ ଓ ମର୍ମାହତ ହୋଇ ପଡ଼ିଛନ୍ତି। ରାଉରକେଲାରେ ଥିବା କଲେଜରେ ଆଉ ପ୍ରାକ କ୍ୟାମ୍ପସ ନିର୍ବାଚନ ଛୁଙ୍କ ଦେଖିବାକୁ ମିଳୁନାହିଁ।