Odiapua.com

କଲିକତାର ଦମ୍ପତିଙ୍କ ଦ୍ୱାରା ଭଦ୍ରକ ବାତ୍ସଲ୍ୟ ଅନୁଷ୍ଠାନରୁ ପୋଷ୍ୟ ସନ୍ତାନ ଗ୍ରହଣ

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଲିକତା ର ଏକ ଦମ୍ପତି ଧାମରାଇ ନାମ୍ମି ୭ମାସର ଏକ ଶିଶୁ କନ୍ୟାକୁ ପୋଷ୍ୟସନ୍ତାନ ରୂପେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ ଙ୍କ ନିକଟରୁ ଗ୍ରହଣ କରିଛନ୍ତି ।କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ମାଧ୍ୟମରେ ସମ୍ଭାବ୍ୟ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଅନଲାଇନ ଜରିଆରେ ଆବେଦନ କରିଥିଲେ । ଏବଂ ଦୀର୍ଘ ୪ବର୍ଷ ପରେ ସ୍ୱତନ୍ତ୍ରୀକୃତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ମାଧ୍ୟମରେ ଭଦ୍ରକ ବାତ୍ସଲ୍ୟ ଅନୁଷ୍ଠାନ ରେ ରହୁଥିବା ଶିଶୁ କନ୍ୟା କୁ ଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ ।ଏହି ଅବସରରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ ,ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ,ବାତ୍ସଲ୍ୟ ର ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ