Odiapua.com

 କଲାହାଣ୍ଡି ଜିଲ୍ଲାସ୍ତରୀୟ ମେଗା ଆଇନ ସେବା ଶିବିର ଅନୁଷ୍ଠିତ

କଳାହାଣ୍ଡି, ତା.୧୩.୧୧.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଆଇନ ସେବା ପ୍ରାଧିକରଣ ଏବଂ  ଜିଲ୍ଲା ପ୍ରଶାସନ ତରଫରୁ ଏକ ମେଗା ଆଇନ ସେବା ଶିବିର ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଲୟ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଓ ଦୌରା ଜର୍ଜ ଦୀପ୍ତୀ ରଂଜନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଇନ ସେବା ଶିବିରରେ ଫେମିଲି କୋର୍ଟ ଜଜ ଲଳିତ କୁମାର ଦାଶ, ପ୍ରାଧିକରଣର ସଚିବ ଶିତିକଣ୍ଠ ପ୍ରଧାନ, କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ଏସପି ଡଃ ଶବଚ୍ଚ ବିବେକ ଏମ ପ୍ରମୂଖ ଯୋଗ ଦେଇ ସାଂପ୍ରତିକ ସ୍ଥିତିରେ ଅନଲାଇନ ଅଭିଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହି ଶିବିରରେ ଅଣସଂଗଠିତ ଶ୍ରମିକ, ଗରିବ ହିତାଧିକାରୀ, ମହିଳା ଓ ଶିଶୁ ମାନଙ୍କୁ ଆଇନ ସେବା ଯୋଗାଣ ତଥା ଅନ୍ୟାନ୍ୟ ମୌଲିକ ଅଧିକାର ବିଷୟରେ ଆଲୋଚନା ହୋଇଥିଲା । ସେହିପରି ଉଦ୍ୟାନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ, ସ୍ୱାସ୍ଥ୍ୟ ସମିତି, ଶ୍ରମ ବିଭାଗ, ପ୍ରାଣୀ ସଂପଦ ବିଭାଗ, ସତ୍ସ୍ୟ ସଂପଦ ବିଭାଗ, ସମାଜ ମଙ୍ଗଳ ବିଭାଗ ତଥା ଓରମାସ ଦ୍ୱାରା ବିଭିନ୍ନ ବିଷୟରେ ଷ୍ଟଲ ମାନ ସ୍ଥାପନ କରାଯାଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।
ଏହି ଅବସରରେ ୩୦ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜେଏମଏଫସି ଜ୍ୟୋତିର୍ମୟୀ ଷଡଙ୍ଗୀ ସଭା ପରିଚାଲନା କରିଥିବା ବେଳେ ସଚିବ ଶିତିକଣ୍ଠ ପ୍ରଧାନ ଧନ୍ୟବାଦ ଦେଇଥିଲେ ।