Odiapua.com

କଲାମ ଘାଟିରେ ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରି ସାରା ବିଶ୍ୱରେ ଚର୍ଚ୍ଚାର ପରିଧି ଭିତରକୁ ଟାଣି ହୋଇଆସିଛି ଧାମରା । ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଭାବରେ ପରିଚିତ ସ୍ୱର୍ଗତଃ ଅବଦୁଲ କାଲାମ ଙ୍କ ନାମରେ ନାମିତ କଲାମ ଦ୍ୱୀପର ୪ନଂ ଲଂଚ ପ୍ୟାଡରୁ ଆଜି ଦିନ ୧୦.୫୫ମିନିଟରେ ଅଗ୍ନି – ପ୍ରାଇମ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ସାରା ବିଶ୍ୱର ନଜର ରେ ଆସି ଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ଅଗ୍ନି ପ୍ରାଇମ ମଧ୍ୟବର୍ତ୍ତୀକାଳୀନ ବାଲାଷ୍ଟିକ ମିସାଇଲର ଶ୍ରେଣୀର ହୋଇଥିବା ବେଳେ ଏହା ଅଗ୍ନି ସିରିଜ ଅର୍ନ୍ତର୍ଭୁକ୍ତ । ଅଗ୍ନି-୪ କ୍ଷେପଣାସ୍ତ୍ରର ରେଞ୍ଜ ୪ହଜାର କିଲୋମିଟର ଏବଂ ଅଗ୍ନି-୫କ୍ଷେପଣାସ୍ତ୍ରର ରେଞ୍ଜ ୫ହଜାର କିଲୋମିଟର ହୋଇଥିବା ବେଳେ ଏହି ୨କ୍ଷେପଣାସ୍ତ୍ରର ଟେକ୍ନଲୋଜିକୁ ନେଇ ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ର ନିର୍ମିତ ହୋଇଥିବା ଜଣାଯାଇଛି । ଏହି କ୍ଷେପଣାସ୍ତ୍ରର ରେଞ୍ଜ ୧ହଜାର କିଲୋମିଟରରୁ ୨୦୦୦କିଲୋମିଟର ମଧ୍ୟରେ ସିମୀତ ବୋଲି ମଧ୍ୟ ଜଣାଯାଇଛି । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ୧ହଜାର କିଲୋ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବା ସହ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ ।ଅଗ୍ନି ପ୍ରାଇମ ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ଥ ହୋଇଥିବା ବେଳେ ଏହା ଅଗ୍ନି-୧ର ଆଡଭାନ୍ସ ଭର୍ସନ ଏବଂ ଅଗ୍ନି-୩ କ୍ଷେପଣାସ୍ତ୍ରର ଓଜନ ଠାରୁ ୫୦ପ୍ରତିଶତ କମ ବୋଲି ମଧ୍ୟ ଜଣାଯାଇଛି । ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଓଜନ ୬ଟନ , ଲମ୍ବ-୧୫ମିଟର, ମୋଟେଇ୧ମିଟର, ।ଏହି ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ରକୁ ବହନ କରୁଥିବା ଇଞ୍‌ଜିନ ୨ପର୍ଯ୍ୟାୟ ବିଶିଷ୍ଟ ହୋଇଥିବା ବେଳେ ଏହା କଠିନ ଇନ୍ଧନ ଦ୍ୱାରା ଚାଳିତ । ଏହାର ବେଗ ସେକେଣ୍ଡ ପ୍ରତି ୨.୫କି.ମି ।ଅଗ୍ନି ପ୍ରାଇମର ଉତକ୍ଷେପଣ ସମୟରେ ଭାରତର ପୂର୍ବାଂଚଳରେ ଥିବା ସମସ୍ତ ରାଡାରରେ ଏହାର ଗତିବିଧି ଉପରେ ସଂପୂର୍ଣ୍ଣ ନଜର ରଖାଯାଇଥିଲା । ଏହି ମିସାଇଲ ଭାରତୀୟ ଜ୍ଞାନକୌଶଳ ନିର୍ମିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିମିଟେଡ ଦ୍ୱାରା ନିର୍ମିତ ହୋଇଛି । ଆଜିର ଏହି ପରୀକ୍ଷଣ ବେଳେ ଚାନ୍ଦିପୁର ପ୍ରତିରକ୍ଷା ର ଘାଟିର ବହୁ ବୈଞ୍ଜାନିକ ଏବଂ ଉଚ୍ଚପଦାଧିକାରୀ ବ୍ୟକ୍ତି ମାନେ ଉପସ୍ତିତ ଥିଲେ ।