Odiapua.com

କର୍ମ ଯୋଗୀ ମଣିଷ ଥିଲେ ରଥ ବେହେରା

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାରିଗାଁ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ରଥ ବେହେରା ଜଣେ କର୍ମଯୋଗୀ ସର୍ବଗୁଣା ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ । ସେ ପେଶାରେ ଶିକ୍ଷକତା ଚାକିରୀରୁ ଅବସର ପରେ ସର୍ବଦା ଅଚଂଳର ଉନ୍ନତି କଥା ଚିନ୍ତା କରି ତାକୁ ସାକାର କରୁଥିଲେ । ନିଜ ଗ୍ରାମ ଚାରିଗାଁରେ ଆର‌୍ୟୁବେଦିକ ଡାକ୍ତର ଖାନା, ଖେଳ ପଡିଆ, ବନ୍ୟା ଆଶ୍ରୟସ୍ଥଳ,କୁଆଁସମଢିଆ-କାଉପୁର ରାସ୍ତା ନିର୍ମାଣ ସାଙ୍ଗକୁ ଆଗରପଡାରେ ଷ୍ଟେଟ୍ ବ୍ୟାଙ୍କ, ଦମକଳ କେନ୍ଦ୍ର ପ୍ରତିଷ୍ଠାରେ ସେ ଅଗ୍ରଣୀ ଭୂମିକା ନିଭାଇଥିଲେ । ଶେଷ ଜୀବନ ପର୍ଯ୍ୟନ୍ତ ସେ ଅଚଂଳର ବହୁବିଧ ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ ବୋଲି ଚାରିଗାଁ ବନ୍ୟାଶ୍ରୟରେ ଆୟୋଜିତ ରଥ ବେହେରାଙ୍କ ଚତୁର୍ଥ ଶ୍ରାଦ୍ଧୋତ୍ସବରେ ବହୁ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱ,ଶିକ୍ଷକ ପଚାଂନନ ପୃଷ୍ଟିଙ୍କ ମଂଚ ସଚାଂଳନରେ ସମାଜସେବୀ ଗୋଲକ ପୃଷ୍ଟି ସଭାପତିତ୍ୱ କରିଥିଲେ । ସ୍ମୃତି ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଯୋଗଦେଇ କହିଲେ ସ୍ୱର୍ଗତଃ ବେହେରା ଅଚଂଳର ଉନ୍ନତି ପାଇଁ ଦଳ ମତ ନିର୍ବିଶେଷରେ ଭେଦଭାବ ନରଖି କାର୍ଯ୍ୟ କରିଆସୁଥିଲେ । ତାଙ୍କ ଆବର୍ତମାନରେ ବାକି ରହିଯାଇଥିବା କାର୍ଯ୍ୟକୁ ଆଗେଇ ନେଲେ ତାହା ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସେ କହିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ଚାରିଗାଁରେ ନୂତନ ପଚାଂୟତ ଗଠନ, ବନ୍ୟାଶ୍ରୟସ୍ଥଳୀ ନିର୍ମାଣରେ ସ୍ୱର୍ଗତଃ ବେହେରାଙ୍କ ଉଦ୍ୟମ ପ୍ରଶଂସନୀୟ । ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶ, ସାହିତ୍ୟିକ ଜଗନ୍ନାଥ ପାତ୍ର, ଚର୍ତୁଭୂଜ ପହି,ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, କବି କୀର୍ତନ ଚରଣ ନାୟକ, ପଣ୍ଡିତ ନବ କିଶୋର ପଣ୍ଡା, ପୂର୍ବତନ ସରପଚଂ ରବିନାରାୟଣ ମହାନ୍ତି, ସୁରେନ୍ଦ୍ର ଜେନା, ସତ୍ୟସାଧନ ବେଜ, ବନମାଳି ବେହେରା, ସତ୍ୟବାନ ଦାସ, ଚାରିଗାଁ ସମିତି ସଭ୍ୟ ଧରଣୀ ଧର କର, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ସାହୁ,ସମାଜସେବୀ ସତ୍ୟନାରାୟଣ ପାକଳ, ସୁବୋଧ କୁମାର ସାହୁ, ଅଧ୍ୟାପିକା ପ୍ରତିମା ସାହୁ, ଚିତ୍ରଶିଳ୍ପୀ ନମିତା ବେହେରା ,ନୃସିଂହ କର ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଅତିଥି ମାନେ ସ୍ୱର୍ଗତଃ ବେହେରା ଓ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ନିରବ ପ୍ରାର୍ଥନା କରିଥିଲେ । ରଞ୍ଜନ ସାହୁ, ରବିନ୍ଦ୍ର ଜେନା, ମାଧବାନନ୍ଦ ବେହେରା, ବିନୟ ଜେନା, ରବିନାରାୟଣ ବେହେରା, ପରଶେ ପୃଷ୍ଟି, ସନାତନ ରାଉଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।