Odiapua.com

କର୍ମଚାରୀ ନେତା ଅକ୍ଷୟ ମହାକୁଡ଼ଙ୍କ ପଞ୍ଚମ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ

ଭୁବନେଶ୍ୱର, ତା ୧୩ା୯ (ଓଡ଼ିଆ ପୁଅ) : ଓଡ଼ିଶା ସଚିବାଳୟ ଅମଲାସଂଘ, ଓଡ଼ିଶା ସଚିବାଳୟ ସେବାସଂଘର ପୂର୍ବତନ ସାଧାରଣ ସମ୍ପାଦକ, ସଚିବାଳୟ କର୍ମଚାରୀ ମହାସଂଘର ମହାସଚିବ, ଓଡ଼ିଶା ଶିକ୍ଷକ କର୍ମଚାରୀ ମଳିତମଞ୍ଚର ସଂଯୋଜକ ଏବଂ ଡିଏଭି ପବ୍ଲିକ୍ ସ୍କୁଲ୍ ଅଭିଭାବକ ଆନ୍ଦୋଳନର କର୍ଣ୍ଣଧାର, ନିର୍ଭୀକ ଲଢ଼ୁଆ କର୍ମଚାରୀ ନେତା ସ୍ୱର୍ଗତ ଅକ୍ଷୟ କୁମାର ମହାକୁଡଙ୍କ ପଞ୍ଚମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଭୁବନେଶ୍ୱର ଓସା ହାଉସ୍‌ରେ ଚିତ୍ତରଂଜନ ହୋତାଙ୍କ ଅଧ୍ୟକ୍ଷତାରେ ସାମାଜିତ ଦୂରତା ଅବଲମ୍ବନ କରାଯାଇ ଆଜି ମଧ୍ୟାହ୍ନରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଓଡ଼ିଶା ସଚିବାଳୟ ସେବାସଂଘ ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ୍‌, କର୍ମଚାରୀ ସଙ୍ଗଠକ ସୁବାସ ଷଡ଼ଙ୍ଗୀ, ଗିରିଜା ଶଙ୍କର ଦାସ, ମନୋରଞ୍ଜନ ଦାସ, ପ୍ରଶାନ୍ତ ନାୟକ, ବିଚିତ୍ରାନନ୍ଦ ଦାସ, ଶ୍ରୀକାନ୍ତ ରାଉତ, ପ୍ରଦୀପ୍ତ ସାମନ୍ତରାୟ, ମନୋରଞ୍ଜନ ମଲ୍ଲିକ, ସନ୍ତୋଷ ଦାଶ, ଅଭୟ ମହାନ୍ତି, ରାମ ମହାନ୍ତି, ଲକ୍ଷ୍ମୀଧର ବେହେରା ପ୍ରମୁଖ ସ୍ୱର୍ଗତ ମହାକୁଡଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରିଥିଲେ। ଦୁଇ ମିନିଟ୍ ନିରବ ପ୍ରାର୍ଥନା ମାଧ୍ୟମରେ ସ୍ୱର୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ସଂଗ୍ରାମ, ତ୍ୟାଗ ନୂତନ କର୍ମଚାରୀମାନଙ୍କୁ ଦିଗ୍‌ଦର୍ଶନ ଦେବ ବୋଲି ମତବ୍ୟକ୍ତ କରିଥିଲେ।