Odiapua.com

କର୍ଣ୍ଣାଟକ ବିସ୍ଫୋରଣ: ୮ ଶ୍ରମିକଙ୍କ ମୃତ୍ୟୁ, ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ – ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

ବେଙ୍ଗାଲୁରୁ, ୨୨-୧ (ଓଡିଆ ପୁଅ) ଗୁରୁବାର ରାତିରେ ଶିବାମୋଗାରେ ଏକ ଟ୍ରକରେ ଡାଇନାମାଇଟ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳରେ ବଡଧରଣର ଝଟକା ଲାଗିଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ଅନୁଭବ କରିଥିଲେ ଯେ ଭୂକମ୍ପ କମ୍ପନ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ଘଟିଥିବା ଏହି ଦୁଃଖଖଦ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆଜି ସକାଳେ ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଶିବାମୋଗା ଜିଲ୍ଲାର ହନସୋଣ୍ଡି ଗ୍ରାମରେ ବିସ୍ଫୋରଣ ସ୍ଥାନକୁ ଯାଞ୍ଚ କରିଥିଲେ। ଦୁର୍ଘଟଣାର କାରଣ କ’ଣ ଜାଣିବାକୁ ଚେଷ୍ଟା କଇଛନ୍ତି। ଏହି ସମୟରେ ଶିମୋଗା ସାଂସଦ ବି.ରାଘବେନ୍ଦ୍ର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଶିବାମୋଗା ଜିଲ୍ଲା କଲେକ୍ଟର ନନ୍ଦ ଶିବକୁମାର କହିଛନ୍ତି, ‘ହାନାସୋଡୁ ଗାଁର ଏକ ରେଳ କ୍ରସର ସ୍ଥାନରେ ଡାଇନାମାଇଟ୍ ବିସ୍ଫୋରଣରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୧୦:୨୦ ସମୟରେ ଏହି ବିସ୍ଫୋରଣ ଘଟିଥିଲା।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ପ୍ରକାଶ କରିଛନ୍ତିଯେ, “ଶିବାମୋଗା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଓ ଆହତମାନଙ୍କର ଆସୁ ଆରୋଗ୍ୟ କାମନା କରିବା ସହ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛି। ପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ।” ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି।

ପୋଲିସ ସୂଚନାନୁସାରେ, ବିସ୍ଫୋରକ ସାମଗ୍ରୀ ଖଣି ଉଦ୍ଦେଶ୍ୟରେ ପରିବହନ କରାଯାଉଥିଲା। ରାତି ପ୍ରାୟ ୧୦.୨୦ ସମୟରେ ଜିନାମାଇଟ୍ ଗୋଟିଏ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଚିକକାମାଲୁରୁ ଏବଂ ଡାଭାନାଗେରେ ଜିଲ୍ଲାରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରଗୁଡ଼ିକର ଝରକା ପ୍ୟାନ ଭାଙ୍ଗିବା ସହିତ ରାସ୍ତା ମଧ୍ୟ ଫାଟି ଯାଇଥିବାର ଦେଖି ବାକୁ ମିଳିଛି। ତେବେ ବିସ୍ଫୋରଣ କିପରି ଘଟିଛି ଏବଂ ଏଥିପାଇଁ କିଏ ଦାୟୀ ସେ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରଦାନ କରାଯାଇ ନାହିଁ।