Odiapua.com

କରୋନା ହୋଇଥିବା ସନ୍ଦେହରେ ଶବ ଛୁଇଲେ ନାହିଁ ଗ୍ରାମ ବାସିନ୍ଦା

ଯାଜପୁର୧୫ା୫ (ଓଡିଆ ପୁଅ/ବିରଞ୍ଚି ପତ୍ରୀ) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୁଙ୍ଗୁଡା ପଞ୍ଚାୟତ ଖୋସାଲିପୁର ଗ୍ରାମର ଜଣେ ୮୫ ବର୍ଷର ବୃଦ୍ଧଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ସାହିଭାଇ ଶବ ଛୁଇଁଲେନି କି ସତ୍କାର କାର୍ୟ୍ୟରେ ସାମିଲ ହେଲେନି। ଏହି ଖବରପାଇ ସରପଞ୍ଚଙ୍କ ସ୍ୱାମୀ ସଞ୍ଜୟ କୁମାର ସ୍ୱାଇଁ ଓ ସାମ୍ବାଦିକ ପ୍ରଶାନ୍ତ କୁମାର ଜେନା ପହଞ୍ଚି ଶବ ସତ୍କାର କାର୍ଯ୍ୟରେ ସହଯୋଗ କରିଥିଲେ।

ସୂଚନା ମୁତାବକ ୱାର୍ଡସଭ୍ୟା ରୀନା ମଲ୍ଲିକ ଓ ତାଙ୍କ ସ୍ୱାମୀ କୋଭିଡ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ରହିଥିଲେ। ସେମାନେ ୧୦ ଦିନ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ତେବେ ରୀନାଙ୍କ ଶ୍ୱଶୁର ମୂଷା ମଲ୍ଲିକ (୮୫)ଙ୍କ ଆଜି ପରଲୋକ ଘଟିଥିଲା। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ସାହିଲୋକେ ଶବ ସତ୍କାର ପାଇଁ ଆସି ନଥିଲେ।