Odiapua.com

କରୋନା ସମୟରେ ଦୁର୍ଗମବଣ୍ଡା ଘାଟିର ୧୩ଜଣ ଅନାଥ ପିଲାଙ୍କୁ ଥଇଥାନର ବ୍ୟବସ୍ଥା କଲେ ଜିଲ୍ଲା ଶିଶୁମଙ୍ଗଳ ସମିତି

ମାଲକାନଗିରି,୨୨ା୭(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପ ିଜନଜୀବନକୁ ଅତିଷ୍ଟ କରିପକାଇଥିବା ବେଳେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ୧୩ଜଣ ଅନାଥ ପିଲାଙ୍କୁ ଥଇଥାନର ବ୍ୟବସ୍ଥା କରିଛି ଜିଲ୍ଲାଶିଶୁ ମଙ୍ଗଳ ସମିତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟିର ଟାଗାବେଢା,ବଣ୍ଡାଗୁଡା,ରାମଲିଗୁଡା ସହ ମୁଦୁଲିପଡା ଓ ଅଣ୍ଡ୍ରାହଲ ପଚାଂୟତର ବିଭିନ୍ନ ଗ୍ରାମର ୧୩ଜଣ ବାପା ମା ଛେଉଣ୍ଡ ଅନାଥପିଲା ଗାଁର ସଂପର୍କିୟ ମାନଙ୍କ ଘରେ ବହୁକଷ୍ଟରେ ରହିଆସୁଥିଲେ । କରୋନା ସମୟରେ ସେମାନେ ଠିକ ଭାବେ ଖାଇବାକୁ ପାଉ ନଥିବାର ଜାଣିପାରି ମୁଣ୍ଡିଗୁଡାର ଜୟ ଫର ପୋର ଟ୍ରଷ୍ଟ ସଂସ୍ଥାର ଅଧ୍ୟକ୍ଷ ଦୀଲ୍ଲିପ ପରିଚ୍ଛା ବଣ୍ଡାଘାଟି ଗସ୍ତ କରି ୬ବର୍ଷରୁ ୧୨ବର୍ଷ ପର୍ଯ୍ୟନ୍ତ ଅନାଥ ବଣ୍ଡା ଆଦିବାସୀ ସଂପ୍ରଦାୟର ପିଲାଙ୍କୁ ଠାବ କରିଥିଲେ । ସେହି ପିଲାମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲା ଶିଶୁମଙ୍ଗଳ ସମତି ନିକଟରେ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଅଶୋକକୁମାର ପଟନାୟକ,ସଭ୍ୟା ଚୁମିକି ବେହେରା,ସଭ୍ୟ ଦିନବନ୍ଧୁ ଦାଶ,ସୁନାକରପାଳ ଭିଡିଓ କନଫରେନ୍ସ ମାଧ୍ୟମରେ ବଣ୍ଡାଘାଟିରୁ ଉଦ୍ଧାର ହୋଇଥିବା ପିଲାମାନଙ୍କୁ କାଉଁସିଲିଂ କରି ସେହି ପିଲାମାନଙ୍କୁ ପାଠପଢାଇବା ସହିତ ଥଇଥାନ କରିବା ପାଇଁ ବ୍ୟବସ୍ଥା କରି ମୁଣ୍ଡିଗୁଡା ଠାରେ ଥିବା ଜୟ ଫର ପୋର ଟ୍ରଷ୍ଟ ସଂସ୍ଥାକୁ ପଠାଇ ଦିଆଯାଇଛି ।