Odiapua.com

କରୋନା ସମୟରେ ଅବକାରୀ ବିଭାଗର ଚଢଉ,୫ହଜାର୧୫ ଲିଟର ମଦ ଜବତ,୧୦୦ଜଣ ଚୋରା ବେପାରି ଗିରଫ

ମାଲକାନଗିରି,୨୪ା୭, (ଓଡିଆ ପୁଅ ) ସମଗ୍ର ବିଶ୍ୱବାସୀ କରୋନା ମହାମାରୀ ସଂକ୍ରମଣ ରେ ଡହଳ ବିକଳ ହେଉଥିବା ବେଳେ ମାଲକାନଗିରି ଜିଲ୍ଲା ର ବିଭିନ୍ନ ଅଚଂଳରେ କିଛି ଚୋରା ମଦ ବେପାରୀ ବେଆଇନ ଭାବେ ଦେଶୀ ମଦ ବିକ୍ରୀ କରୁଥିବାର  ଖବର ଜାଣିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅବକାରୀ ବିଭାଗ କର୍ମଚାରୀ ମାନେ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ କରିଦେଇଛନ୍ତି । ମାଲକାନଗିରି ପୌରାଚଂଳ,ବାଲିମେଳା ଏନଏସି ଅଚଂଳ, ମାଲକାନଗିରି ଓ ମାଥିଲି ବ୍ଲକ ଅଚଂଳର ବିଭିନ୍ନ ସାହିବସ୍ତିରେ ଅବକାରି ବିଭାଗ ଚଢଉ କରି ବେଆଇନ ମଦରନ୍ଧା ଭାଟିଗୁଡିକୁ ଭାଙ୍ଗିଦେବା ସହିତ ମାସକ ମଧ୍ୟରେ ୫୦୧୫ଲିଟର ଦେଶିମଦ,୧୨ଲିଟର ବିଅର,୭୩୫୫ ଲିଟର ମହୁଲ ପୋଚ,ମହୁଲି ମଦ ରନ୍ଧାପାଇଁ ଗଛିତ ଥିବା ୧୫୦କ୍ୱିଟାଂଲ ମହୁଲ ଫୁଲ ଜବତ କରିଛନ୍ତି । ଏ ସଂପର୍କରେ ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ୧୨୧ଟି କେସ ରୁଜୁ କରାଯାଇ ବେଆଇନ ମଦରାନ୍ଧିବା,ମଦବିକ୍ରିକରିବା ଅଭିଯୋଗରେ ୧୦୦ଜଣ ଚୋରା ବେପାରିଙ୍କୁ ଗିରଫ କରାଯାଇଛି ,ଜିଲ୍ଲାଅବକାରୀ ବିଭାଗ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଏହି ଚଢଉ ଅଭିଯାନ ଚାଲିଛି,ଆଗାମି ଦିନରେ ମଧ୍ୟ ଏହି ଚଢଉ ଜାରି ରହିବ, ଚଢଉ ସମୟରେ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରହିବାର  ବାର୍ତାଦେବା ସହିତ ଗ୍ରାମ ବାସୀମାନଙ୍କୁ ମାସ୍କବଟଂନ କରାଯାଉଛି ବୋଲି ଜିଲ୍ଲାଅବକାରୀ ବିଭାଗ ଅଧିକ୍ଷକ ଶ୍ରୀ ସେଠ ସୁଚନା ଦେଇଛନ୍ତି ।