Odiapua.com

କରୋନା ସଂକ୍ରମଣ ସରକାରୀ ନିଦ୍ଦେର୍ଶକୁ ମାନୁନାହିଁ ନେସ୍କୋ

ଭୁବନେଶ୍ୱର/ଯାଜପୁର ୨୫ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ର) କରୋନା ସଂକ୍ରମଣକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ୩ଟି ଜିଲ୍ଲା ଯାଜପୁର,ଭଦ୍ରକ ଓ ବାଲେଶ୍ୱର କୁ ୬୦ ଘଣ୍ଟା ସଟ୍ ଡାଉନ କରିଛନ୍ତି। ସଟ୍ ଡାଉନ୍‌ ସମୟରେ ବିଦ୍ୟୁତ୍, ମେଡିସିନ୍ ଓ ଜରୁରୀ ସେବାଗୁଡିକ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହେଲେ ଯାଜପୁର ବିଦ୍ୟୁତ୍ ବିଭାଗର ପାଣିକୋଇଲି ନେଷ୍କୋ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରିବା ବିଦ୍ୟୁତ୍ ଉପ ଭୋକ୍ତାଙ୍କର ଚିନ୍ତାର କାରଣ ହୋଇଛି। ଏହି ୩ଟି ଜିଲ୍ଲାରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ନଜର ରଖିବା ସହ ସରକାରଙ୍କୁ ସହଯୋଗ କରି ଜନସାଧାରଣଙ୍କୁ କରୋନା ସଂକ୍ରମଣ ମୁକ୍ତ କରିବାକୁ ସରକାର କରିଥିବା ନିବେଦନକୁ ପାଣିକୋଇଲି ନେଷ୍କୋ କର୍ତ୍ତୃପକ୍ଷଙ୍କ ପାଇଁ ଅସଫଳ ହେବାକୁ ଯାଉଥିବା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲାରେ ଏହି ଘଡିସନ୍ଧି ମୁହୁର୍ତ୍ତରେ ପାଣିକୋଇଲି ନେଷ୍କୋ କର୍ତ୍ତୃପକ୍ଷ ମନଇଚ୍ଛା ଘତ ୨୪ ତାରୀଖରୁ ବିଦ୍ୟୁତ୍ ସଟ୍ ଡାଉନ୍ ନେବା କାରଣରୁ ୬ ଗୋଟି ପଞ୍ଚାୟତରେ କରୋନା ଫେରନ୍ତାଙ୍କ ପାଇଁ ଚି‌ନ୍ତାର କାରଣ ହୋଇଥିବା ବନ୍ଦାଳ ଗ୍ରାମପଞ୍ଚାୟତର ସରପଞ୍ଚ ସୁରେଖା ସେଠୀଙ୍କ ସହ ରାଣିଗୋଡା, ଅମୃତିଆ ଓ ରଣପାଳର ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ କରୋନା ମୁକ୍ତ ମୁକାବିଲାକୁ ସଫଳ କରିବାକୁ ସରକାର ଜାରୀ କରିଥିବା କଟକଣାକୁ କାର୍ଯ୍ୟକାରୀ ପାଇଁ ପାଣିକୋଇଲି ନେଷ୍କୋ କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳବାସୀଙ୍କୁ ଅନ୍ଧାର ମୁକ୍ତ କରି ଉପଭୋକ୍ତାମାନଙ୍କୁ ସହଯୋଗ କରିବାକୁ କୋରାଇ ବ୍ଲକ୍ ଚେୟାରମ୍ୟାନ ମାଳତି ଟୁଟୁ ଦାବି କରିବା ସହ ଜିଲ୍ଲାପାଳ ଉ‌କ୍ତ ଦାବି ପ୍ରତି ନଜର ପକାଇବାକୁ ଦାବି କରିଛନ୍ତି।