Odiapua.com

କରୋନା ସଂକ୍ରମଣରେ ଆସନ୍ତା ରଥଯାତ୍ରା ନୀତି ନିର୍ଦ୍ଧାରଣ ପାଇଁ ଦାବୀ

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକ ଦୀର୍ଘ ୨୦ ବର୍ଷଧରି ଶ୍ରୀଜଗନ୍ନାତଙ୍କ ଧର୍ମଧାରାର ପ୍ରଚାର ପ୍ରସାର ନିମନ୍ତେ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ କେତେକ ମନ୍ଦିର ପ୍ରତିନିଧିଙ୍କ ପକ୍ଷରୁ କରୋନା ସଂକ୍ରମଣ ଅବସରରେ ରଥଯାତ୍ରା କିଭଳି ସମ୍ପନ୍ନ ହେବ ସେ ନେଇ ପ୍ରଶ୍ନବାଚୀ ସଅ୍େ‌ଟି ହୋଇଛି । ଏ ସମ୍ପର୍କରେ ପ୍ରଶାସନ ସହିତ ଆଲୋଚନା ପାଇଁ ସମିତିର ଏକ ପ୍ରତିନିଧି ଦଳ ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା ଓ ମୁଖ୍ୟଆବାହକ ସେବକ ଶରତ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ । ଏ ନେଇ ଜିଲ୍ଲାପାଳ ଜିଲ୍ଲାର କେତୋଟି ମନ୍ଦିରରେ ରଥଯାତ୍ରା ପାଳନ କରାଯିବ ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସମିତିକୁ କହିଥିଲେ । ଏ ନେଇ ସମିତି ପକ୍ଷରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ ହେବାକୁ ଥିବାର ସମ୍ପର୍କରେ ଏକ ତାଲିକା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ରଥଯାତ୍ରାର ବହୁ ପୂର୍ବରୁ ପ୍ରଶାସନ ଏ ଦିଗରେ ପ୍ରଶାସନିକ ନୀତି ଅବଗତ କରାଇଲେ ରଥକାର୍ଯ୍ୟ ସୂଚାରୁ ଭାବେ ହୋଇ ପାରିବ ବୋଲି ସମିତି ପକ୍ଷରୁ କୁହାଯାଇଛି ।