Odiapua.com

କରୋନା ଲଢେଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ ମହତ୍ଵପୂର୍ଣ – ଧର୍ମେନ୍ଦ୍ର ପ୍ରଧାନ

କରୋନା ବିରୋଧୀ ଲଢେଇରେ ୨୧ ଦିନ ଲକ୍ ଡାଉନ୍ ଦେଶବାସୀଙ୍କ ଜୀବନ ବଞ୍ଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ
– ଭାରତ ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପରାମର୍ଶ
ନୂଆଦିଲ୍ଲୀ/ଭୁବନେଶ୍ବର, ମାର୍ଚ୍ଚ ୨୪ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଅନୁରୋଧ କରିବା ସହ ଭାରତ କରୋନା ଲଢେଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ ମହତ୍ଵପୂର୍ଣ୍ଣ ବୋଲି ସେ ଟ୍ୱିଟ୍ କରି କହିଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୧୨ ଟାରୁ ସାରା ଦେଶରେ ‘ସଂପୂର୍ଣ୍ଣ ଲକ୍-ଡାଉନ’ର ଆହ୍ଵାନ କରିଛନ୍ତି। ବିଶ୍ୱ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇରେ ଏହି ଲକ୍ ଡାଉନ୍ ଭାରତର ଲୋକଙ୍କ ଜୀବନ ବଞ୍ଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ।

ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ସଙ୍କଟର ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ ଏବଂ ଆସନ୍ତା ୨୧ ଦିନ ନିଜର ଘରେ ହିଁ ରୁହନ୍ତୁ। ମୋର ପୂରା ବିଶ୍ବାସ ରହିଛି ଯେ ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ହିନ୍ଦୁସ୍ଥାନକୁ ପ୍ରାଥମିକତା ଦେଇ, ଆମେ ସବୁ ଭାରତୀୟ ବିପଦର ଏହି ଘଡ଼ିରେ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା।