Odiapua.com

କରୋନା ଲକ୍ଷଣ ନଥିବା ସଂକ୍ରମିତ ରୋଗୀମାନଙ୍କ ଗୃହ ଏକାନ୍ତ ବାସ ସମ୍ପର୍କରେ ଆଲୋଚନା

ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋରନା ଲକ୍ଷଣ ନଥିବା ସଂକ୍ରମିତ ରୋଗୀମାନଙ୍କ ଗୃହ ଏକାନ୍ତ ବାସ ସମ୍ପର୍କରେ ନିଳାଦ୍ରୀ ବେଳାଭୂମୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲକ୍ଷଣ ନଥିବା କୋରନା ସଂକ୍ରମିତ ବ୍ୟକ୍ତି ନିଜ ଘରେ ଏକାନ୍ତ ବାସ ନିମନ୍ତେ ଅଲଗା ଘର ଓ ଶୌଚାଳୟ ଥିବା ଆବଶ୍ୟକ ସମ୍ପୃକ୍ତ ବ୍ୟକ୍ତିଙ୍କର ଦେଖାଶୁଣା ଓ ଜତ୍ନ ନେବାପାଇଁ ଜଣେ ସୁସ୍ଥ ଲୋକ ଘରେ ଥିବା ଆବଶ୍ୟକ। ସଂକ୍ରମିତ ବ୍ୟକ୍ତିଙ୍କର ମଧୁମେହ ଓ କର୍କଟ ଭଳି ଅନ୍ୟରୋଗ ନଥିବ ଏବଂ ସେ ଶିଶୁ କିମ୍ବା ତାଙ୍କୁ ୬୦ ରୁ ଉର୍ଦ୍ଧ୍ୱ ବୟସ ନହେବା ଉଚିତ୍। ଏକାନ୍ତ ବାସ ନିମନ୍ତେ ସଂମ୍ପୃକ୍ତ ବ୍ୟକ୍ତି ଲିଖିତ ଭାବେ ଇଚ୍ଛା ବ୍ୟକ୍ତ କରିବେ। ଏଭଳି ରୋଗୀ ଚିହ୍ନଟ ପରେ ଡାକ୍ତରୀ ଦଳ ଘରକୁ ଯାଇ ଗୃହ ଏକାନ୍ତ ବାସ ପାଇଁ ଥିବା ବ୍ୟବସ୍ଥା ଯାଞ୍ଚ0 କରିବେ। ଏଥିପାଇଁ ସଂମ୍ପୃକ୍ତ ନୋଡାଲ ଅଧିକାରୀ ସହଯୋଗ କରିବେ। ସଂକ୍ରମିତ ବ୍ୟକ୍ତିଙ୍କ ଘର ଆଗରେ ନାଲି ରଙ୍ଗ ଷ୍ଟିକର ଲଗାଯିବ ଏଥିରେ ବିଶେଷ ତଥ୍ୟ ରହିବ ଏବଂ ସେହି ବ୍ୟକ୍ତିଙ୍କୁ ତାଙ୍କ ପରିବାରର ସଦସ୍ୟ ଯେପରି ବାହାରେ ବୁଲାବୁଲି ନକରିବାକୁ ନୋଡାଲ ଅଧିକାରୀମାନେ ନିଶ୍ଚିନ୍ତ କରିବେ। ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଜରୁରୀ ବେଳେ ଆବଶ୍ୟକୀୟ ସେବା ଯୋଗାଇ ଦିଆଯିବ। ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ହେବା ଦିନଠାରୁ, ଆଉ ଅଧିକ ୭ ଦିନ ଏକାନ୍ତ ବାସରେ ରହିବେ। ଏଥିପାଇଁ ଏସ୍ ଓ ପି ଜାରି କରାଯାଇଛି। ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ଯୋଗାଣ ପାଇଁ ୟୁଥ୍ ଫର ବେଟର ପୁରୀ ଭଳି ସଂସ୍ଥାର ସ୍ୱେଚ୍ଛାସେବୀମାନେ କାର୍ଯ୍ୟ କରିବେ। ଏହି ବୈଠକରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।