Odiapua.com

କରୋନା ଯୋଦ୍ଧାର ସେନାପତି ସାଜିଲେ ଡାକ୍ତର,ସମ୍ପର୍କ ଠାରୁ ଗୁରୁତ୍ୱଦଲେ କର୍ତବ୍ୟକୁ,ବାପାଙ୍କ ମୃତ୍ୟୁ ରେ ମୁଖାଗ୍ନି ଦେଇପାରିଲେ ନାହିଁ ପୁଅ

ମାଲକାନଗିରି,୯ା୪( ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ର ଆତଙ୍କ ଦେଖା ଦେଇଥିବା ବେଳେ କରୋନାର ପ୍ରକୃତ ଯୋଦ୍ଧା ଜଣେ ଡାକ୍ତର ବାପ ପୁଅର ସଂପର୍କ ଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି ନିଜର କର୍ତବ୍ୟକୁ । ନିଜ ଦାଇତ୍ୱ ଓ କର୍ତବ୍ୟରେ ବ୍ୟସ୍ତରହି ନିଜ ବାପାଙ୍କ ଦେହାନ୍ତ ହେବାପରେ ତାଙ୍କ ଶେଷଦର୍ଶନ ଓ ମୁଖାଗ୍ନି ଦେବାପାଇଁ ନିଜ ଘରକୁ ଯାଇ ନପାରି କରୋନା ଯୋଦ୍ଧାର ନୋପତି ଦାଇତ୍ୱ ତୁଲାଉଛନ୍ତି । ଏମତି ଏକ ଦାଇତ୍ୱସଂପନ ଡାକ୍ତର ଙ୍କୁ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାହସପିଟାଲରେ । ଜିଲ୍ଲାହସପିଟାଲର ଏଡିଏମଓ ଡାକ୍ତର ଶଶିଭୁଷଣ ମହାପାତ୍ର,ସେ ବର୍ତମାନ କୋଭିଡ-୧୯ କରୋନା ସେଲ ର ନୋଡାଲ ଅଫିସର,ଏଡିଏମଓ ପରିବାର କଲ୍ୟାଣ,ରୋଗନିୟନ୍ତ୍ରଣ ଓ ଟିବି ବିଭାଗ ଚୋରୋଟି ଗୁରୁତ୍ୱ ପୁଣ୍ଣ ର୍ ଦାଇତ୍ୱରେ ରହିଛନ୍ତି । ତାଙ୍କର ନିଜ ଘର କଟକ ଜିଲ୍ଲା ଚଣ୍ଡିଖୋଲ ରତ୍ନଗିରି ଗାଁରେ ,ତାଙ୍କର ବୃଦ୍ଧ ପିତା ଦୁର୍ଯ୍ୟଧନ ଙ୍କର ଗତକାଲି ସଂନ୍ଧ୍ୟାରେ ଗାଁରେ ଦେହାନ୍ତ ହୋଇଗଲା,ତାଙ୍କ ନିକଟକୁ ଘରୁ ଫୋନ ଆସିଥିଲା ଗାଁକୁ ଯିବା ପାଇଁ , ଡା ଶ୍ରୀ ମହାପାତ୍ର ଘରର ବଡପୁଅ ହୋଇଥିବାରୁ ପରମ୍ପରା ଅନୁସାରେ ସେ ବାପାଙ୍କର ମୁଖାଗ୍ନି ଦେବାକଥା, ମାଲକାନଗିରି ଜିଲ୍ଲାହସପିଟାଲରେ ଅଳ୍ପସଂଖ୍ୟକ ଡାକ୍ତର ଥିବା ସହିତ ସେ ଚାରୋଟି ଗୁରତ୍ୱପୁଣ୍ଣ ର୍ ଦାଇତ୍ୱରେ ଥିବାରୁ ଭୟାବହ କରୋନା ପରିସ୍ଥିତିରେ ହସପିଟାଲ ଛାଡି ନିଜ ଘରକୁ ଯିବା ସମ୍ଭବପର ହୋଇନଥିଲା , ଦୀର୍ଘ୭୦୦କିଲୋମିଟର ଦୂରରେ ରହୁଥିବାରୁ ସଙ୍ଗେ ସଙ୍ଗେ ସେ ଗାଁରେ ପହଁଚିବା ସମ୍ଭବପର ହୋଇନଥିଲା । ତେଣୁ ସେ ତାଙ୍କର ସାନଭାଇଙ୍କୁ ଫୋନ ଯୋଗେ ବାପାଙ୍କ ଶବସଂସ୍କାର କରିଦେବା ପାଇଁ ବୁଝାଇକହିଥିଲେ । ନିଜର ଜନ୍ମକଲା ବାପାଙ୍କ ଦେହାନ୍ତରେ ଶେଷଦର୍ଶନ କିମ୍ବା ମୁଖାଗ୍ନି ଦେଇପାରି ନଥିବାରୁ ଶ୍ରୀ ମହାପାତ୍ର ବହୁତ ଦୁଃଖିତ ଥିଲେ ମଧ୍ୟ ନିଜ କୋହ ଓ ଦୁଃଖକୁ ମନଭିତରେ ଚାପିରଖି ନିଜକର୍ତବ୍ୟ କରିଚାଲିଛନ୍ତି । ବାପାଙ୍କୁ ମୁଖାଗ୍ନି ଦେଇ ପାରିନଥିଲେ ମଧ୍ୟ ସେ ଦଶାହକାର୍ଯ୍ୟରେ ଯୋଗଦେବେ ବୋବି ମନସ୍ଥକରିଛନ୍ତି । ନିଜକର୍ତବ୍ୟ ନିକଟରେ ସଂପର୍କକୁ ବଳିପକାଇ କରୋନା ପାଇଁ ଲଢୁଥିବା ପ୍ରକୃତ ଯୋଦ୍ଧା ଡାକ୍ତର ଶ୍ରୀ ମହାପାତ୍ର ଙ୍କ ଏହି ସେବାମନବୃତି ପାଇଁ ଜିଲ୍ଲାପ୍ରଶାସନ ଓ ସମଗ୍ର ଜିଲ୍ଲାବାସୀ ପ୍ରଶଂସା କରିବା ସହ ସାଧୂବାଦ ଜଣାଇଛନ୍ତି ।