Odiapua.com

କରୋନା ଯୋଦ୍ଧାରେ ସାମିଲ୍ ବାଲିଗୁଡ଼ାର ମା’ ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା

ବାଲିଗୁଡ଼ା,୨୦-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମା’ ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ। ନିଜ ଖର୍ଚ୍ଚରେ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିବାସହ ସଚେତନ କରାଉଛନ୍ତି ଅଞ୍ଚଳବାସୀଙ୍କୁ। ମା’ ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବର୍ତ୍ତମାନ ସମୟରେ ମହାମାରୀ କରୋନା ଭୁତାଣୁ ସହ ଯୁଦ୍ଧ କରୁଛି ସାରା ବିଶ୍ବ। ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେପଟେ ସଂକ୍ରମଣ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। ଦେଶ ଓ ରାଜ୍ୟରେ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି। ଏଥିସହିତ ସାମାଜିକ ଦୂରତାକୁ ଗୁରୁତ୍ବ ଦେବାସହ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାର ପରାମର୍ଶ ମଧ୍ୟ ଦେଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଛନ୍ତି ବାଲିଗୁଡ଼ା ଗୁଳିମରାପଦା ସାହିର ମା’ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ୧୦ଜଣ ମହିଳା। ନିଜ ଖର୍ଚ୍ଚରୁ ମାସ୍କ ତିଆରି କରିବା ପାଇଁ ସାମଗ୍ରୀ କିଣି ଆରମ୍ଭ କରିଛନ୍ତି ମାସ୍କ ତିଆରି କାମ। ଘରଘର ବୁଲି ଅଞ୍ଚଳବାସୀଙ୍କୁ ମାଗଣାରେ ମାସ୍କ ବାଣ୍ଟିବାସହ କରୋନା ମୁକାବିଲା ନେଇ ସଚେତନ ମଧ୍ୟ କରାଉଛନ୍ତି ଏହି ଗୋଷ୍ଠୀର ମହିଳା। ବର୍ତ୍ତମାନ ପରିସ୍ଥିତିରେ କରୋନା ଭୟରେ ଲୋକେ ଆତଙ୍କିତ ହୋଇ ଘରେ ରହୁଥିବାବେଳେ ମା’ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ଏହି ମହିଳାମାନେ ନିଜ ଘରକଥା ବୁଝିବାସହ ଯେଉଁ ପଦକ୍ଷେପ ନେଇଛନ୍ତି ତାହାନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ମହିଳାଙ୍କ ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ଅଞ୍ଚଳବାସୀ।