Odiapua.com

କରୋନା ଯୋଦ୍ଧାଙ୍କ ସହ ନୂଆ ୨୩ ଚିହ୍ନଟ

ନୟାଗଡ଼, ୪ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼ ଜିଲାରୁ ଶନିବାର ସୁଦ୍ଧା ବିଭିନ୍ନ ସ୍ଥାନରୁ କରୋନା ଯୋଦ୍ଧାଙ୍କ ସହ ନୂଆ ୨୩ ଆକ୍ରାନ୍ତ ଚିହ୍ନଟ ହେବାପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଂଚିଛି। ଓଡ଼ଗାଁ ବ୍ଳକ କୁରାଳ ପଂଚାୟତର ୮ଜଣ, ସୁନାମୁହିଁ ପଂଚାୟତରୁ ୧୨ଜଣ, ରଣପୁର ବ୍ଳକ କନ୍ଧନୟାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୨ଜଣ ଏବଂ ଦଶପଲ୍ଲା ବ୍ଳକ ମଧ୍ୟଖଣ୍ଡରୁ ଜଣେ ସ୍ୱାସ୍ଥ୍ୟକର୍ମୀ ଚିହ୍ନଟ ହୋଇଛନ୍ତି। କୁରାଳର ଗୋଟିଏ ପରିବାରରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଶିଶୁ ରହିଚଛନ୍ତି। ଏହି ପଂଚାୟତରୁ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେ ବାହାରେ ରହିଥିବା ଜଣାପଡ଼ିଛି। ସେହିପରି ସୁନାମୁହିଁ ପଂଚାୟତରୁ ଯେଉଁ ୧୨ ଜଣ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୫ଜଣ ମହିଳା ଥିବାବେଳେ ୨ଜଣ ଶିଶୁ ରହିଥିବା ଜଣାପଡ଼ିଛି। ସେହିଭଳି ମଧ୍ୟଖଣ୍ଡରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ସ୍ୱାସ୍ଥ୍ୟକର୍ମୀ ଏବଂ ମଧ୍ୟଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛି। ଏହି କରୋନା ଆକ୍ରାନ୍ତ ମାନଙ୍କୁ ଭୁବନେ୍‌ଶ୍ୱର କୋଭିଡ ହସପିଟାଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।