Odiapua.com

କରୋନା ଯୋଦ୍ଧାଙ୍କୁ ସମ୍ମାନଜଣାଇ ସମୁହ ବନ୍ଦେଉତ୍କଳ ଜନନୀ ବନ୍ଦନା ଗାନ କଲେ ମାଲକାନଗିରି ଜିଲ୍ଲାବାସୀ

ମାଲକାନଗିରି,୩୦ ।୫ (ଓଡିଆ ପୁଅ ) ସମଗ୍ର ବିଶ୍ୱ ଭୟାବହ କରୋନା ମହାମାରିରେ ସନ୍ତୁଳିତ ହେଉଥିବା ବେଳେ ନିଜ ଜୀନକୁ ବାଜିଲଗାଇ କରୋନା ସଂକ୍ରମଣ ଠାରୁ ସୁରକ୍ଷା ଯୋଗାଉ ଥିବା ଓ କରୋନା ସଂକ୍ରମଣ କାରୀ ମାନଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିବା ଡାକ୍ତର,ନର୍ସ,ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ ସମଗ୍ର ମାଲକାନଗିରି ଜିଲ୍ଲାବାସୀ ସମୁହ ବନ୍ଦେଉତ୍କଳ ଜନନୀ ବନ୍ଦନା ଗାନ କରିଛନ୍ତି । ଜିଲ୍ଲା ପ୍ରଶାସନ,ପୁଲିସ ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଟାନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାଲକାନଗିରି ସହରର ବାଲିମେଳା ଛକ ଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଦୁଇପାଶ୍ୱର୍ର ମାନବ ସୃଙ୍ଖଳ କରାଯାଇ କରୋନା ଯୋଦ୍ଧା ମାନଙ୍କ ଉଦେଶ୍ୟରେ ବନ୍ଦେଉତ୍କଳ ଜନନୀ ବନ୍ଦନା ଗାନକରାଯାଇଥିଲା ।ବିଶେଷ କରି ଆଜି ସନ୍ଧ୍ୟା ୫.୩୦ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନେତୃତ୍ୱରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମାସ୍କ ପରିଧାନ ସହ ସାମଜିକ ଦୁରତା ରକ୍ଷା କରି ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିମୟୀ ପ୍ରଧାନ, ଜିଲ୍ଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଡ.ଗୁଣନିଧି ନାୟକ,ଜିଲ୍ଲାଅବକାରୀ ଅଧିକ୍ଷକ ଅଶୋକକୁମାର ସେଠ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର,ଜିଲ୍ଲାଶ୍ରମଅଧିକାରୀ ମଦମୋହନ ପାଇକ,ଜିଲ୍ଲା ଲୋକସଂପର୍କ ଅଧିକାରୀ ଦୀଲିପ ସାମନ୍ତରାୟ,ଆରଡି ନିର୍ବାହିଯନ୍ତ୍ରୀ କେ.ଭି.ପି.ରାଓ,ସହକାରି ଜିଲ୍ଲାପାଳ ଜଗଦୀଶ କାର୍ତାମି, ସିହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ସହକାରି ଜିଲ୍ଲାପାଳ ଦୁର୍ଗାପ୍ରସାଦ ଦୋରା ଅନ୍ୟାନ ଜିଲ୍ଲାସ୍ତରିୟ ଅଧିକାରୀ, ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ,ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି,ଶତାଧିକ ସହରବାସୀ ଙ୍କ ସହିତ କୋୟା ନୃତ୍ୟଦଳ ସମ୍ମିଳିତି ହୋଇ କୋଭିଡ ଯୁଦ୍ଧରେ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗକରି ସଂକ୍ରମଣକୁ ରୋକିବା ପାଇଁ ଦିନ ରାତି ଏକ କରିଥିବା କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମିନ ଜଣାଇ ସମୁହ ବନ୍ଦେଉତ୍କଳ ଜନନୀ ଗୀତଗାଇଥିଲେ । ଠିକ ସେହିପରି ଜିଲ୍ଲାପୁଲିସ ଓ ସାମଜିକ କର୍ମୀ, ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଆୟୋଜିତ ଡିଏନକେ ଛକ,ବାଲିମେଳା ଛକ ସହିତ ସହରର ବିଭିନ୍ନ ସ୍ଥାନରେ ସମୁହ ବନ୍ଦେଉତ୍କଳ ଜନନୀ ଗାନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ସଜଂୟ ସରକାର,ଜଗବନ୍ଧୁ ପଡିଆରୀ,କେ ଦେଶି ରାଜାଆଚାରୀ,ରୋମ୍ୟରଜଂନ ପରିଡା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଟାନ,କ୍ଲବ,ଜୟ ମାଲକାନଗିରି ଗୃପ,ଉଇକ୍ୟାନ ଟିମ,ବଡି ଦିଦି ସଙ୍ଗଠନ,ପୁଲିସ କର୍ମାଚୀ ଙ୍କ  ସହିତ ସମସ୍ତ ରାଜନୈତିକ ଦଳର ନେତା କର୍ମୀ,ଶତାଧିକ ମହିଳା ପୁରୁଷ, ଛାତ୍ର ଛାତ୍ରୀ, କୁନି କୁନି ପିଲାମାନେ ମାନେ ଯୋଗଦେଇ ଜାତୀୟପତକା ହାତରେ ଧରି ବନ୍ଦେଉତ୍କଳ ଜନନୀ ଗାନ ସହ ମାନବ ସୃଙ୍ଖଳ କରି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଛନ୍ତି । ଅନୁରୁପ ବିଜେଡି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଙ୍କ ନେତୃତ୍ୱ ବିଜେଡି ନେତା ଓ କର୍ମୀ ମାନେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସମୁହ ବନ୍ଦେଉତ୍କଳ ଜନନୀ ଗୀତ ଗାଇଥିଲେ ।ଠିକ ସେହିପରି ପଡିଆ,କାଲିମେଳା , ମାଥିଲି ,କୋରକୁଣ୍ଡା, ଚିତ୍ରକୋଣ୍ଡା, ମାଲକାନଗିରି,ଖଇରପୁଟ ବ୍ଲକ,ତହସିଲ କାର୍ଯ୍ୟାଳୟ ସହ ବିଭିନ୍ନ କ୍ୱାରେଟାଂଇନ କେନ୍ଦ୍ରରେ ମଧ୍ୟ ମାସ୍କ ପରିଧାନକରି ସାମଜିକ ଦୂରତା ରକ୍ଷାକରା ଯାଇ ସମୁହ ବନ୍ଦେଉତ୍କଳ ଜନନୀ ବନ୍ଦନା ଗାନକରି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଯାଇଛି ।