Odiapua.com

କରୋନା ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ଲକ୍ଷ ୧୧ହଜାର୧୧୧ଟଙ୍କା ଦାନକଲେ

ମାଲକାନଗିରି,୧୫ । ୪(ଓଡିଆ ପୁଅ ) କରୋନା ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରିଲିଫ ଫଣ୍ଡକୁ ୫ଲକ୍ଷ୧୧ହଜାର୧୧୧ଟଙ୍କା ଦାନକରିଛନ୍ତି । ଜିଲ୍ଲା ବଙ୍ଗାଳି ସମାଜର ସଭାପତି ଗୌରାଙ୍ଗ କର୍ମକାର,ସାଧାରଣ ସଂପାଦକ ଭବାନୀ ଶଙ୍କର ମୁଖାର୍ଜୀ ଙ୍କ ନେତୃତ୍ୱରେ ଉପେଦେଷ୍ଠା ତପନକୁମାର ସାନା,ସନିଲକୁମାର ବିଶା୍ୱସ,ପ୍ରହଲ୍ଲାଦ ବସୁ,ଡଃ ଗୋପାଳ ଚନ୍ଦ୍ର ବିଶ୍ୱାସ,ସଜଂୟସରକାର,କମଲେଶ ରାୟ,ମାନିକଲାଲ ଚକ୍ରବର୍ତି, ପ୍ରମୁଖ ବଙ୍ଗାଳୀ ସମଜାର ସଦସ୍ୟ ମାନେ ଆଜି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ଲକ୍ଷ ୧୧ହଜାର୧୧୧ଟଙ୍କା ର ଚେକ ପ୍ରଦାନ କରିଛନ୍ତି । ଭୟାବହ କରୋନା ମହାମାରି ଓ ଲକଡାଉନ ସମୟରେ ବଙ୍ଗାଳୀ ସମଜାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଦାନ ଓ ସେବା ମନୋବୃତି କୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି ।