Odiapua.com

କରୋନା ମୁକାବିଲା : କନ୍ଧମାଳର ଆଦିବାସୀଙ୍କୁ କୁଇ ଏବଂ ଓଡିଆ ଭାଷାରେ କରାଯାଉଛି ସଚେତନ

ବାଲିଗୁଡା, ୧-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଲକ୍ ଡାଉନ୍ କୁ ନେଇ ସାରା ବିଶ୍ବ ଚିନ୍ତିତ। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏପ୍ରିଲ୍ ୧୪ ତାରିଖ ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏଥିସହିତ ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ ପରାମର୍ଶ ମଧ୍ୟ ଦିଆଯାଉଛି। କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ଅଭିନବ ଉପାୟରେ ସଚେତନତା ଜାରି ରଖିଛନ୍ତି। ଆଦିବାସୀ ବହୁଳ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପାରମ୍ପାରିକ ଚାଙ୍ଗୁ ବାଦ୍ୟ ବଜାଇ ଲୋକେ ଅଞ୍ଚଳବାସୀଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି। କୁଇ ଭାଷା ଓ ଓଡ଼ିଆ ଭାଷାରେ ସଚେତନ କରାଯାଉଛି। ପରିସ୍କାର ପରିଛନ ରହିବାସହ ଭଲଭାବରେ ହାତ ଧୋଇବାକୁ ପରାମର୍ଶ ଦିଆଯିବା ସହ ବିନା କାରଣରେ ଘରୁ ନବାହାରିକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଧିରେଧିରେ ଲୋକେ ସଚେତନ ହେଲେଣି। ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ କରୋନା ମୁକାବିଲା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି ବାଲିଗୁଡ଼ା ତହସିଲଦାର ସୁଶ୍ରୀ ଖିରାବ୍ଧି ତନୟା ସାହୁ।