Odiapua.com

କରୋନା ମୁକାବିଲାରେ ଜିଲ୍ଲା ପ୍ରଶାସନର ବିଫଳତାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ) କରୋନା ଭୂତାଣୁ ଜନିତ ରୋଗର ମୁକାବିଲାରେ ବଲାଙ୍ଗିର ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ। କରୋନା ସଂକ୍ରମଣ ବିରୁଦ୍ଧରେ ଲଢ଼ିବା ପାଈଁ ସର୍ବନିମ୍ନ ଆଇ ସି ୟୁ ବେଡର ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା ନାହିଁ। ଏପରିକି ସଂକ୍ରମଣ ଚି଼ହ୍ନଟ ପାଇଁ ଟେଷ୍ଟି କିଟ ପର୍ଯ୍ୟାପ୍ତ ପରିମାଣ ବଲାଙ୍ଗୀର ଜିଲ୍ଲାରେ ଉପଲବ୍ଧ ନାହିଁ। ଏଣୁ ଉପରୋକ୍ତ ସମସ୍ତ କରୋନା ସମ୍ୱନ୍ଧୀୟ ଅବ୍ୟବସ୍ଥା ପୂରଣ ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବଲାଙ୍ଗୀର ଜିଲ୍ଲା କଂଗ୍ରେସ ଓ ନଗର କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।