Odiapua.com

କରୋନା ମହାମାରିର ପ୍ରଭାବ କୁ ନେଇ ଜିଲ୍ଲା ପ୍ରଶାସନର ଭର୍ଚ୍ୟୁଆଲ ମିଟିଂ

ମାଲକାନଗିରି,୧୧ା୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କରୋନା ସଂକ୍ରମଣରେ ସବୁଜ ଜୋନରେ ଥିବା ବେଳେ କରୋନା ର ପ୍ରଭାବ ଯେପରି ଆଗକୁ ନବଢିବ ସେ ନେଇ ଜିଲ୍ଲାପ୍‌୍ରଶାସନ ପକ୍ଷରୁ ଆଜି ଅନଲାଇନ ଭର୍ତ୍ୟୁଆଲ ମିଟିଂ ଜିଲ୍ଲାପାଳ ଡକ୍ଟର ବୀଜୟ ୟେଦୁଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲାରେ କରୋନାର ଦ୍ୱିତୀୟ ଲହର କୁ ଦୃଷ୍ଟିରେ ରଖି ତାର ମୁକାବିଲା କରି କୋଭିଡ ନିୟମ ପାଳନ ସହ କରୋନା କଟକଣା ପ୍ରତି ଗୁରୁତ୍ୱ ଦେବା,ଅର୍ଥନୀତି ବିଭିନ୍ନ କ୍ଷେତ୍ର ଉପରେ କରୋନାର ମହାମାରିର ପ୍ରଭାବ ସଂପର୍କରେ ଆଲୋଚନା ହେବାସହିତ ମହାମାର ିର ସଙ୍କଟମୟ ପରିସ୍ଥିତିରେ ଲୋକମାନଙ୍କ ଜୀବନ ଓ ଜୀବୀକା ସମସ୍ୟାର ସମାଧାନ କରାଯାଇ କୋରାନ ମାହାମାରି ପ୍ରକୋପରୁ ଜିଲ୍ଲାବାସୀ କିପରି ସୁରକ୍ଷିତ ରହିବେ ସେନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ । ଗତ ବର୍ଷ ଲକଡାଉନ ସମୟରେ ସାମାନ୍ତ ପ୍ରବେଶ ଦ୍ୱାର ମୋଟୁ ରାସ୍ତା ଦେଇ ପ୍ରାୟ୨୧ହଜାରରୁ ଉର୍ଦ୍ଦ ପ୍ରବାସୀ ଶ୍ରମିକ ଘରବାହୁଡା ହୋଇଥିବା ବେଳେ ଚଳିତବର୍ଷ ଲକଡାଉନ ସମୟରେ ୧୪ହଜାର ପ୍ରବାସୀ ଶ୍ରମିକ ଘରବାହୁଡା ହୋଇଛନ୍ତି , ସେମାନଙ୍କ ମଧ୍ୟରେ କେବଳ ମାଲକାନଗିରି ଜିଲ୍ଲାର ୭ହଜାର ପ୍ରବାସୀ ଶ୍ରମିକ ରହିଛନ୍ତି , ଅନ୍ୟ ୭ହଜାର ହେଲେ ଅନ୍ୟ ଜିଲ୍ଲା ଓ ଅନ୍ୟାନ ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ରହିଛନ୍ତି । ଜିଲ୍ଲା କୋଭିଡ ହସପିଟାଲରେ କରୋନା ରୋଗୀଙ୍କ ପାଇଁ ୧୦୦ ଶଯ୍ୟା ରହିଛି ସେଥି ମଧ୍ୟରୁ ମାତ୍ର ୧୦ଟି ଆୟୁସି ବେଡ ଅଛି,ତେଣୁ ଜିଲ୍ଲାରେ ଯେପରି କରୋନା ସଂକ୍ରମଣ ବଡିବାକୁ ସୁଯୋଗ ଦିଆ ନ ଯିବ ସେଥିପ୍ରତି ଜିଲ୍ଲାବାସୀ ସଜାଗ ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ୟେଦୁଲା ସୁଚନା ଦେଇଛନ୍ତି ।ଏହି ଭର୍ଚ୍ୟୁଆଲ ମିଟିଂରେ ଗଣମାଧ୍ୟମ ପ୍ରତିନିଧି,ଜିଲ୍ଲାବ୍ୟବସାୟୀ ସଂଘର କର୍ମାକର୍ତା ଓ ଉପଜିଲ୍ଲାପାଳ ରାମେଶ୍ୱପ୍ରଧାନ, ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ, ଏପଡି ମାନସ ମିଶ୍ର,ତହସିଲଦାର ଗୁଣନିଧି ନାୟକ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ଅଚଂଳର ବୁଦ୍ଧିଜୀବୀ,ସମାଜ ସେବୀ, ସ୍ୱେଚ୍ଚାସେବୀ ମାନେ ଉପସ୍ଥିତ ରହି ସେମାନଙ୍କ ମତ ଉପସ୍ଥାପନା କରିଥିଲେ ।