Odiapua.com

କରୋନା ବାବଦରେ ବିଶେଷ ସୂଚନା: ଦେଖନ୍ତୁ ଭିଡିଓ –

ଭୁବନେଶ୍ୱର: କରୋନା ଆତଙ୍କରେ ସାରା ବିଶ୍ଵ ଆତଙ୍କିତ। କେଉଁଠି କର୍ଫ୍ୟୁ ତ’ କେଉଁଠି ଲକ୍ ଡାଉନ୍।ଲୋକେ ଏକ ପ୍ରକାର ଗୃହବନ୍ଦୀ। ହେବା ବି ଉଚିତ୍। ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବା ପ୍ରାୟ ନିଶ୍ଚିତ। ବିଭିନ୍ନ ଦିଗ ଭିତରେ ଲୋକେ ଘରେ ଏକ ପ୍ରକାର ବୋର ହେଇଯାଉଛନ୍ତି। ଆଗକୁ ଆହୁରି ଅଧିକ ହେବେ। ଏହାର ନେଗେଟିଭ୍ ଇଫେକ୍ଟ ମନମସ୍ତିକ ଉପରେ ବି ପଡ଼ିବ। ଲୋକେ ଚିଡ଼ାଚିଡ଼ା ହେବେ। ଏହା ମନସ୍ତତ୍ବବିତ୍ତ ଏବଂ ଡାକ୍ତରମାନେ ମଧ୍ୟ କହୁଛନ୍ତି। ତେଣୁ ଘର ଭିତରେ ରହି ହସ ଖୁସିରେ ନିଜ ପରିବାର ସହିତ ସମୟ କାଟିବାକୁ ପରାମର୍ଶ ଦିଆଯାଉଛି। ଟିଭି ଦେଖିବା, ଘରେ କ୍ୟାରମ୍, ତାସ୍, ଲୁଡୁ ଆଦି ଖେଳିବା କିମ୍ବା ସୋସିଆଲ୍ ମିଡିଆରେ ସକ୍ରିୟ ରହିବା ଆଦି ସମୟ ଅତିବାହିତ କରିବାର ଭଲ ମାଧ୍ୟମ। ଯେପରି ଘରେ ବସି କେହି ଜଣେ ଏପରି ଏକ ଭିଡିଓ ପ୍ରସ୍ତୁତ କରିଛି। ଯାହା ଦେଖିଲା ପରେ ହୁଏତ ଆପଣ କିଛି ବିଶେଷ ପରାମର୍ଶ ପାଇପାରନ୍ତି। ଦେଖନ୍ତୁ ଭିଡିଓ ..

https://twitter.com/odiapuanews/status/1242478379187572738

(ଭିଡିଓଟି ସୋସିଆଲ୍ ମିଡିଆରୁ ପ୍ରାପ୍ତ)
।।ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ।।
/-ଦେବଦତ୍ତ ରଥ