Odiapua.com

କରୋନା ପାଇଁ ହରିଚନ୍ଦନପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଆଦିବାସୀ ଇଲାକାରେ ସଚେତନତା କାର୍ଯ୍ୟକ୍ରମ, ଘରଘର ବୁଲି ମାସ୍କ ଓ ସାବୁନ୍ ବଣ୍ଟନ

ହରିଚନ୍ଦନପୁର,ତା ୧୮ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ମହାମାରୀ ଠାରୁ ସୁରକ୍ଷିତ ରହିବା ପାଇଁ ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ସଚେତନତା ଓ ସାବୁନ୍, ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ସୂଚନା ଯେ ବର୍ତ୍ତମାନ ବିଶ୍ଵରେ କରୋନା ମହାମାରୀର ଆତଙ୍କ ଖେଳିଯାଇଛି । ଏହାକୁ ଆଖି ଆଗରେ ରଖି ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ଅପହଞ୍ଚ ଆଦିବାସୀ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ହରିଚନ୍ଦନପୁର ପ୍ରେସ କ୍ଲବର ସଦସ୍ୟମାନେ ରେବଣାପଳାଶପାଳ ଗ୍ରାମ ପଞ୍ଚାୟତର ବୁଢିପଦା ଠାରେ ଥିବା ଆଦିବାସୀ ଶ୍ରେଣୀର ଲୋକମାନଙ୍କ ଘରଘର ବୁଲି ସାବୁନରେ ହାତ ଧୋଇବା ଠାରୁ ଆରମ୍ଭ କରି ଘରେ ରହିବା ସୁସ୍ଥ ରହିବା ପାଇଁ ସଚେତନତା କରାଇଥିଲେ । ଏଥିସହ ସମସ୍ତ ପରିବାର ଲୋକମାନଙ୍କୁ ୫୦୦ରୁ ଉର୍ଦ୍ଧ୍ବ ମାସ୍କ ଓ ସାବୁନ୍ ବଣ୍ଟନ କରିଥିବା ହରିଚନ୍ଦନପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି । ଏଥିସହ ଏହି କାର୍ଯ୍ୟକ୍ରମରେ ହରିଚନ୍ଦନପୁର ପ୍ରେସ କ୍ଲବର ସଭାପତି ସମେତ ଉପସଭାପତି ପ୍ରେମାନନ୍ଦ ଦାସ, ସମ୍ପାଦକ ଶ୍ରୀନିବାସ ପାଇକରାୟ, ସେକ୍ରେଟାରୀ ପରେଶ କୁମାର ସେଠୀ, ସଦସ୍ୟ ଉତ୍ତମ ଗିରି, ହିମାଂଶୁ ଶେଖର ଦାସ, ଭବାନୀ ପ୍ରସାଦ ମହାନ୍ତ, ସନ୍ତୋଷ କୁମାର ମହାନ୍ତ, କୃଷ୍ଣଚନ୍ଦ୍ର ବେହେରା, ରାମଚନ୍ଦ୍ର ନାଏକ, ଘନଶ୍ୟାମ ଜେନା, ଜଗବନ୍ଧୁ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।