Odiapua.com

କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡାକଡି ଆଭିମୁଖ୍ୟ

ପୁରୀ, ୩୦/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜିଠାରୁ ଶ୍ରୀମନ୍ଦିର ଚାରି ଦ୍ୱାରରେ ଆରମ୍ଭ ହେବ ଚେକିଂ। ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ବିରୁଦ୍ଧରେ ଫୌଜଦାରି ମକଦମା ରୁଜୁ କରାଯିବା ସହ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି। ପୁରୀ ଜିଲାରେ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା। ସେଥିରୁ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ ମାନେ ମଧ୍ୟ ବାଦ୍ ପଡିନାହାଁନ୍ତି। ୩ଶହ ରୁ ଉର୍ଦ୍ଧ ସେବାୟତ ବର୍ତମାନ ସୁଦ୍ଧା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ପ୍ରାୟ ୮ ରୁ ଉର୍ଦ୍ଧ ସେବାୟତ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ରାତିରେ ଜେଟିପି କର୍ମଚାରୀ ସେବାୟତ ଓ ଅନ୍ୟମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ଶ୍ରୀମନ୍ଦିର ମଧ୍ୟରେ କେହିଭି ଯେଭଳି ପାନ ଛେପ ନପକାନ୍ତି ସେଥିପ୍ରତି ଦୃଷ୍ଟି ସେବାକୁ ନିର୍ଦେଶ ଦିଆଯାଇଥିଲା। ସେହିଭଳି ଶ୍ରୀମନ୍ଦିର ମଧ୍ୟକୁ କେବଳ ସେବାୟତ, ପାଳିଆ ସେବାୟତ ଓ ଯେଉଁ ଶ୍ରୀମନ୍ଦିର କର୍ମଚାରୀ ମାନେ ଯାଉଛନ୍ତି ସେମାନେ ଠିକ୍ ଭାବରେ ମାସ୍କ ପିନ୍ଧିବା ସହ ଚାରି ଦ୍ୱାରରେ ଥିବା ହ୍ୟାଣ୍ଡ ସାନିଟାଇଜ ମେସିନରେ କିଭଳି ହ୍ୟାଣ୍ଡ ସାନିଟାଇଜ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି। ବର୍ତମାନ ସୁଧା ଏତେ ସଂଖ୍ୟକ ସେବାୟତ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ୱେ ମହାପ୍ରଭୁ ଙ୍କ ନୀତିକାନ୍ତି ରେ କୌଣସି ବ୍ୟାଘାତ ସୃଷ୍ଟି ହୋଇନାହିଁ। କିନ୍ତୁ ଯେଭଳି କୌଣସି ବିଷମ ପରିସ୍ଥିତି ନ ଉପୁଜେ ତାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଯିଏ ବି ନିୟମ ଭାଙ୍ଗିବ ତାଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।