Odiapua.com

କରୋନା ପରିସ୍ଥିତ ପାଇଁ ସୀମାସିଲ କରି ଗାଁ ଭିତରକୁ ଅନ୍ୟରାଜ୍ୟର ଲୋକଙ୍କୁ ଛାଡିଲେ ନାହିଁ ଆଦିବାସୀ ଗ୍ରାମବାସୀ

ମାଲକାନଗିରି,୨୯ା୩ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି । ଏହି ଲକ ଡାଉନ ଘୋଷଣାକୁ ସମର୍ଥନ ଜଣାଇ ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଚାଂୟତର ଛତିଶଗଡ ସୀମାନ୍ତକୁ ଲାଗିଥିବା ଟିଟିବିରି ଆଦିବାସୀ ଗ୍ରାମବାସୀ ମାନେ ଅଭିନବ ଉପାୟରେ କୋରନା ସଂକ୍ରମଣ କୁ କିପରି ରୋକ ଯାଇ ପାରିବ ସେନେଇ ଗ୍ରାମର ଚାରିପାଖ ସୀମାନ୍ତ ରାସ୍ତାରେ କାଠ ରେ ବାଡ ବୁଜିଦେଇଛନ୍ତି । ଏହି ଗାଁଟି ମାଲକାନଗିରି ଜିଲ୍ଲାର ଶେଷ ସୀମା ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାକୁ ଲାଗିରହିଥିବାରୁ ସେଠାରୁ କେହି ବାହର ଲୋକ କି ଯାନବହାନ ଯେପରି ଗ୍ରାମକୁ ଭିତରକୁ ଓ ମାଲକାନଗିରି ସୀମାରେ ପ୍ରବେଶ ନ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେଇ ନାକାବନ୍ଦି କରିଦେଇଛନ୍ତି ଗ୍ରାମର ଆଦିବାସୀ ଲୋକମାନେ । ଏହା ବ୍ୟତିତ ଗାଁର ଯୁବକ ମାନେ ସାମିଜକ ଦୂରତା ରକ୍ଷା କରି ଘର ଘର ବୁଲି କରୋନା ସଂକ୍ରମଣରୁ ଦୂରରେ ରୁହନ୍ତୁ, ଜରୁରୀ ନଥିଲେ ଗାଁରୁ କେହି ବାହରକୁ ଯାଅନ୍ତୁ ନାହିଁ,ବାହାରୁ କେହି ଗାଁକୁ ଆସନ୍ତୁ ନାହିଁ କୌଣସି ସା୍ଥନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷାକରିବା, ଭଲଭାବରେ ସାବୁନରେ ହାତ ଧୋଇବା, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରିବା ,ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ, ଘରେ ତାଙ୍କୁ ଅଲଗା କୋଠରୀରେ ରଖନ୍ତୁ ,ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,କରମର୍ଦ୍ଦନ ନକରି ନମସ୍କାର ହୁଅନ୍ତୁ ବୋଲି ଜନସଚେତନତାରା ବାର୍ତା ଦେଉଥିବାର ଦେଖାଯାଇଛି । ସୀମାନ୍ତ ଟିଟିବିରି ଗ୍ରାମର ଯୁବକ ମାନଙ୍କ କରୋନା ଜନସଚେତନତା କୁ ମାଲକାନଗିରି ଜିଲ୍ଲାପ୍ରଶାସନ ପ୍ରସଶାଂ କରି ଆଜି ସେ ସ୍ଥାନକୁ ମାଲକାନଗିରି ତହସିଲଦାର ଗୁଣନିଧି ନାୟକ ପରିଦର୍ଶନ କରି ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।