Odiapua.com

କରୋନା ଦୈନିକ ୩ ଶହ ମୁହାଁ, କାରଣ କେବଳ ବାରଣ ନାହିଁ

ନୟାଗଡ଼, ୯ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଉପରକୁ ରହୁଥିବାବେଳେ ଏବେ ୩ଶହ ମୁହାଁ ହେବାକୁ ଯାଉଛି। ରବିବାର ସରକାରୀ ଘୋଷଣା ମୁତାବକ ଆକ୍ରାନ୍ତଙ୍କ ସଂଖ୍ୟା ୨୫୩ ହୋଇଛି। ଫଳରେ ଜିଲ୍ଲାରେ ସମୁଦାୟ ସଂକ୍ରମଣ ସଂଖ୍ୟା ୨୧୬୧ରେ ପହଂଚିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର କାରଣ କେବଳ ବାରଣ ନାହିଁ ବୋଲି ଅଭିଯୋଗ ହେଉଛି। ସରକାରୀ କରୋନା କଟକଣା ଥିଲାବେଳେ ଏବଂ ସରକାରୀଭାବେ ସଚେତନତା କରାଯାଉଥିଲେ ମଧ୍ୟ ଏଥିପ୍ରତି କେତେକଙ୍କ ବାରଣ ନଥିବା ଯୋଗୁଁ ଏପରି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କୁହାଯାଉଛି। ଏପରିକି କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ କେତେକ ଖୋଲମ ଖୋଲା ସହର ବଜାରରରେ ବୁଲୁଥିବା ଏବଂ ଅନ୍ୟମାନଙ୍କ ସହିତ ବାରଣ ନରହିବା ଅଧିକ ସଂକ୍ରମଣ ଆଶଙ୍କାକୁ ଦୃଢିଭୁତ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଲକଡାଉନ୍ କଟକଣା ସହରରେ ଥିଲାବେଳେ ଗାଁ ଗହଳିରେ ସେମିତି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ପ୍ରଶାସନ ଗୁରତ୍ୱ ଦେବାକୁ ଦାବି ହେଉିଛି। କରୋନା ଅଧିକ ସଂକ୍ରମଣର କାରଣ କେବଳ ବାରଣ ରହୁନି ବୋଲି କୁହାଯାଉଛି।