Odiapua.com

କରୋନା ତାଲା ବନ୍ଦ ସମୟରେ ବାନରଙ୍କୁ ଖାଦ୍ୟ ଯୋଗାଇଲା ପୁଲିସ

ଭୁବନେଶ୍ୱର/ଯାଜପୁର ୨୮ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ କରୋନା ଲକ୍‌ଡାଉନ୍ ଓ ସଟଡାଉନ୍ ନୟମକୁ ଜନସାଧାରଣ ପାଳନକୁ ତଦାରଖ କରିବାକୁ ଯାଉଥିବା ପୁଲିସ ବାବୁ ବାନରଙ୍କ ହାବୁଡରେ ପଡିଥିବା ଦେଖିବାକୁ ମିଳିଛି। ପାଣିକୋଇଲି ପୁଲିସ ତାଲାବନ୍ଦ ସମୟରେ ପେଟ୍ରେଲିଙ୍ଗ କରୁଥିବା ସମୟରେ ଭୋକିଲା ବାନରମାନେ ସେମାନଙ୍କର ଖାଦ୍ୟ ଖାଇବାର ଅଧିକାରକୁ ପୁଲିସଠାରୁ ହାସଲ କରିବା ଦେଖିବାକୁ ମଳିଛି। ପାଣି କୋଇଲି ଥାନାର ଏଏସ୍‌ଆଇ ସଞ୍ଜୟ ଦାସ ଗାଡି ଅଟକାଇ ବାନରମାନଙ୍କୁ ଖାଦ୍ୟ ଦେବା ଖବରଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।