Odiapua.com

କରୋନା ତାଲାବନ୍ଦରେ ଜିଲ୍ଲାରେ ବ୍ୟବସାୟୀ ମାଲାମାଲ;ଜିଲ୍ଲା ପ୍ରଶାସନର ନୀରବ

ଯାଜପୁର୨୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ପାଇଁ ରାଜ୍ୟରେ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ତାଲାବନ୍ଦର ସୁଯୋଗ ନେଇ ଯାଜପୁର ଜିଲ୍ଲାରେ କେତେକ ଅସାଧୁ ବ୍ୟବସାୟୀ ଚଢାଦରରେ ପଣ୍ୟଦ୍ରବ୍ୟ /ରାଶନ ସାମଗ୍ରି ବିକ୍ରିକରିବା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ସଦର ମହକୁମା ଯାଜପୁର ଟାଉନ୍ ରେ ପଣ୍ୟଦ୍ରବ୍ୟ /ରାଶନ ସାମଗ୍ରି ଗୁଡିକର ନିର୍ଧାରିତ ଦର ଠାରୁ ଅଧିକ ଦରରେ ବିକ୍ରି କରିପାରିବେ ନାହିଁ ବୋଲି ସର୍ବସାଧାରଣରେ ନୋଟିସ୍ ଜାରିକରିବା ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦ୍ଦେଶ ଅମାନ୍ୟ କଲେ ବ୍ରବସାୟୀଙ୍କ ବିରୁଦ୍ଧରେ ଭାରତୀୟ ପିଙ୍କଳ ଧାରା ୧୮୮ ଓ Essential Commodities Act-1955 – ଅନୁଯାୟୀ କାର‌୍ୟ୍ୟାନୁଷ୍ଟାନ ଗ୍ରହଣ କରାଯିବ। କନ୍ତୁ ଜିଲ୍ଲାରେ ପଣ୍ୟଦ୍ରବ୍ୟ /ରାଶନ ସାମଗ୍ରି ଗୁଡିକ ଚଢା ଦରରେ କରୋନା ଲକ୍‌ଡାଉନ୍ କାର‌୍ୟ୍ୟକରୀ ଦିନରୁ ବିକ୍ରି କରାଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କୈାଣସି କର‌୍ୟ୍ୟାନୁଷ୍ଟାନ ଗ୍ରହଣ ନକରିବା ଆଲୋଚ୍ୟର ବିଷୟ ହୋଇଛି। ଲକ୍‌ଡାଉନ୍‌ରେ ଥିବା ସାଧାରଣ ଲୋକେ ଅସାଧୁ ବ୍ୟବସାୟୀଙ୍କ କବଳରୁ କେବେ ମୁକ୍ତି ପାଇବେ ତାହା ଜିଲ୍ଲା ବାସିଙ୍କ ପାଇଁ ସମସ୍ୟା ହୋଇଛି।