Odiapua.com

କରୋନା ଜନ ସଚେତନତା ଅଭିଯାନ

ତିର୍ତ୍ତୋଲ, ୨/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ବରହମପୁର କୋଲଟା ଗ୍ରାମରେ ବିଷନପୁର ସରପଞ୍ଚ ତଥା ଆତ୍ମାର ଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ କରୋନା ଜନସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। କରୋନା ମହାମାରି ସମୟରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତା ମୁଳକ ଥିବାବେଳେ ଏହି ସଚେତନତା ଅଭିଯାନରେ ପ୍ରତ୍ୟେକ ବ୍ୟକ୍ତି ବାହାରକୁ ଆସିଲେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେବା ସହିତ ମାସ୍କ ବଣ୍ଟନ କରାଯାଇଥିଲା। ଏଥିରେ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରଶାନ୍ତ ସ୍ୱାଇଁ, ହିରନ୍ୟ ଖୁଣ୍ଟିଆ, ବିକାଶ ପତି, ପ୍ରକାଶ ପତି, ଶ୍ରୀତମ ଦାସ, ଜ୍ୟୋତି ରଞ୍ଜନ ସାହୁ, ରାଜେନ୍ଦ୍ର ପ୍ରସାଦ ଦାସ, ବିଜୟ କୁମାର ମଲ୍ଲିକ, ପୃଥିରାଜ ପତି, ଗଗନ ବିହାରି ସ୍ୱାଇଁ, ସୁଶିଲ ସାହୁ, ରଞ୍ଜନ ସାହୁ, ଅରକ୍ଷିତ ଦାସ, କ୍ଷୀରୋଦ ପ୍ରସାଦ ଦାସ, ନିମାଇଁ ପ୍ରସାଦ ଦାସ, କ୍ଷୀରୋଦ ରାଉତ, ଧ୍ୟାନ କେତନ ସିଂହ, ଧନେଶ୍ୱର ସ୍ୱାଇଁ, ହିମାଂଶୁ ଶେଖର ଦଳାଇ, ଚନ୍ଦନ ଦଳାଇ, ସନ୍ଦିପ ସ୍ୱାଇଁ, ସୋମେନ୍ଦ୍ର ଦଳାଇ, ଦିଲିପ ମଲ୍ଲିକ, ରାକେଶ ମଲ୍ଲିକ, ପ୍ରମୋଦ ବେହେରା, ନୃସିଂହ ମଲ୍ଲିକ, ପ୍ରଶାନ୍ତ ସାମଲ, ତପନ ସାମଲ, ନାରାୟଣ ସାହୁ, ଭୋଳାନାଥ ସାହୁ, ତ୍ରିଲୋଚନ ବେହେରା, ନିରଞ୍ଜନ ବେହେରା, ଦିଲିପ ବେହେରା, ମହେଶ୍ୱର ବେହେରା, ଅଜୟ ସାମଲ, ରଞ୍ଜନ ସାମଲ, ପ୍ରତାପ ସାମଲ, ଦିପକ ସାମଲ, ବାଦଲ ମଲ୍ଲିକ, କାହ୍ନା ପତି, ବୁବୁ ପତି, ସିପୁନି ଦାସ, ପପୁ ସାହୁ, ଯୋଗେନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।