Odiapua.com

କରୋନା କାଳରେ ଚୋରଙ୍କ ଉତ୍ପାତ,ସହରରୁ ଦୁଇଟି ମଟର ସାଇକେଲ ଚୋରି

ମାଲକାନଗିରି,୧୯ ।୬ (ଓଡିଆ ପୁଅ) ମହାମାରି କରୋନା ସମୟରେ ମାଲକାନଗିରି ଜିଲ୍ଲାରେ ଚୋର ଖଟଂ,ଶିଶୁ ଶ୍ରମିକ ଚାଲାଣ କାରି ଓ କ୍ୱାକ ମାନଙ୍କ ଉତ୍ପାତ ବଢି ଚାଲିଛି । ଗତକାଲି ରାତ୍ରରେ ମାଲକାନଗିରି ସହର ତଳସାହି ଶିବମନ୍ଦିର ନିକଟରେ ରହୁଥିବା ପି.ଚେଟିଂ ଙ୍କ ଘରୁ କେହିଦୁବୃତ ୨ଟି ମଟର ସାଇକେଲ ଚୋରି କରିନେଇଛନ୍ତି । ଏହା ଆଜି ସକାଳୁ ପରିବାର ଲୋକେ ଜାଣିବାକୁ ପାଇଥିଲେ । ସେଟାରେ ଲାଗିଥିବା ସିସିଟିଭି କ୍ୟାମେରା ରୁ ଭିଡିଓ ଫୁଟେଜ ଦେଖିବାରୁ ସବୁକଥା ଜଣାପଡିଥିଲା । ରାତ୍ର ପ୍ରାୟ୧ଘଟାଂ୩୦ ମନିଟ ସମୟରେ ତିନିଜଣ ଯୁବକ ପି.ଚେଟିଂ ଙ୍କ ଘର ବାଉଣ୍ଡ୍ରିଭିତରେ ପସିଥିଲେ । ଘରବାହାରେ ଥିବା ଦୁଇଟି ମଟର ସାଇକେଲକୁ ଗଡାଇ ଗଡା ନେଇଯାଇଥିଲେ । ଅନ୍ୟଜଣେ ଯୁବକ ନିକଟରେ ଥିବା ଅନ୍ୟଜଣେଙ୍କ ଘରୁ ଆଉ ଏକ ମଟର ସାଇକେଲ ବାହାରକୁ ଠେଲି ଠେଲି କିଛି ବାଟ ନେଲା ପରେ ଲୋକ ଉଠି ଯିବାଭୟରେ ଅଧାରାସ୍ତାରେ ଛାଡିଦେଇ ପଳାଇଥିଲେ । ଆଜି ସକାଳେ ମଟର ସାଇକେଲ ଚୋରି ହୋଇ ଯାଇଥିବା ପି.ଚେଟିଂ ମାଲକାନଗରି ଥାନାରେ ଏତଲା ଦେବା ପରେ ମାଲକାନଗିରି ଥାନା ପୁଲିସ ସିସି ଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଦେଇଛନ୍ତ