Odiapua.com

କରୋନା କଟକଣା ମଧ୍ୟରେ ପାଳନ ହେବ ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର୧୨ା୧୦(ଓଡ଼ିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମା’ବିରଜାଙ୍କ ରଥ ଯାତ୍ରା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ରଥଯାତ୍ରା। ରଥଯାତ୍ରା ପାଇଁ କଟକଣା ଲାଗୁକରିଛି ଜିଲ୍ଲା ପ୍ରଶାସନ, ଜାରି ହୋଇଛି ୧୪୪ ଧାରା। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ରଥଯାତ୍ରା ପାଇଁ ଅନେକ କଟକଣା ଜାରି କରାଯାଇଛି। ଆସନ୍ତା କାଲି ୧୨ଟା ସୁଦ୍ଧା ସେବାୟତ ତାଲିକା ପ୍ରସ୍ତୁତ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୯ ଦିନର ଏହ ରଥ ଯାତ୍ରା ପାଇଁ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ ଓ ସେବାୟତ ମାନଙ୍କର ସମୟ ବ୍ୟବଧାନରେ ୩ ଥର କରୋନା ପରୀକ୍ଷା କରାଯିବ। ଅପରାହ୍ନ ୩.୩୦ ରୁ ୬.୩୦ ମଧ୍ୟରେ ରଥ ଟଣା ଶେଷ ହେବା ପ୍ରଶାସନ, ପୁଲିସ ଓ ସେବାୟତଙ୍କ ଦ୍ୱାରା ଏହି ରଥ ଟରା କାର୍ଯ୍ୟ ସଂପର୍ଣ୍ଣ କରାଯିବ। ରଥ ଟଣା କାର୍ଯ୍ୟରେ ନିୟୋଜିତ ସେବାୟତଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ବ୍ୟବସ୍ଥା କାରାଯାଇଛି। ମନ୍ଦିର ପରିସରରେ ୯ ଦିନ ବ୍ୟାପି ୧୪୪ ଧାରା ବଲବତ୍ତର ରହିବ। ମନ୍ଦିର ଚାରିପାଖରେ ଥିବା ଦୋକାନ ଗୁଡିକ ବନ୍ଦ ରହିବ। ମା’ବିରଜାଙ୍କ ପାଦ ଦର୍ଶନ ଚଳିତ ବର୍ଷ ବନ୍ଦ ରହିବା ସହ ଜନସାଧାରଣଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ।

ସୂଚନାଯୋଗ୍ୟ, ମା’ ବିରଜାଙ୍କ ରଥ ଯାତ୍ରା କରିବାକୁ ମାନ୍ୟବର ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଜିଲ୍ଲାପାଳ ଚକ୍ରବର୍ତ୍ତିସିଂ ରାଠୋରଙ୍କୁ କୋଭିଡ୍ କଟକଣା ନିୟମ ପାଳନ କରି ଜିଲ୍ଲାପାଳ ରଥଯାତ୍ରା କରିବାକୁ ନିର୍ଦ୍ଦେଶ ହେଇଥିଲେ।