Odiapua.com

କରୋନା କଟକଣା ପାଇଁ ଭକ୍ତ ଶୂନ୍ୟରେ ଶୈବ ପିଠ ଗୁଡିକରେ ପାଳିତ ହେଲା ଜାଗର ଯାତ୍ରା

ମାଲକାନଗିରି,୧୧ ।୩ (ଓଡିଆ ପୁଅ ) କରୋନା କଟକଣା ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଗୁଡିକରେ ଭକ୍ତଶୂନ୍ୟରେ ପାଳିତ ହେଲା ଜାଗର ଯାତ୍ରା । ବିଶେଷକରି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଦୁଇ କ.ିମି ଦୂରରେ ଥିବା ମାଲ୍ୟବନ୍ତ ପବ ର୍ତ ଶିଖରେ ଖୋଲା ଆକାଶତଳେ ରହିଛି ୫ଫୁଟ ଉଚ୍ଚତା ବିଶିଷ୍ଟ ପଥର ର ପୁରାତନ ଶିବଲିଙ୍ଗ । କେଉଁ ଆବାହନକାଳରୁ ପୂଜାପାଇ ଆସୁଛନ୍ତି ମଲ୍ଲିକେଶ୍ୱର ଦେବ ନାମରେ ।ପ୍ରତି ବର୍ଷ ଶିବଲିଙ୍ଗ ବୃଦ୍ଧିପାଉଥିବାରୁ ଲୋକମାନେ କୁହନ୍ତି ଏହାକୁ ମାଲକାନଗିରିର ଦ୍ୱିତୀୟ କପିଳାଶ ନାମରେ ମଧ୍ୟ ଆଖ୍ୟା ଦିଆ ଯାଇଛି ।ଚଳିତ ବର୍ଷ ମହାମାରି କରୋନାର ପ୍ରଭାବ ଥିବାରୁ ଜିଲ୍ଲାପ୍ରଶାନ ପକ୍ଷରୁ ସମସ୍ତ ଶୈବପୀଠଗୁଡିକୁ ଭକ୍ତମାନଙ୍କୁ ବାରଣ କରାଯାଇ ଥିବାରୁ ମଲ୍ଲୀକେଶ୍ୱର ପୀଠରେ ଭକ୍ତମାନଙ୍କ ସଂଖାୟ ଖୁବ କମଥିବାବେଳେ ପୁଲିସ ପକ୍ଷରୁ କଡାସୁର କ୍ଷା ବ୍ୟବସ୍ଥା କରାଯାଇ କେବଳ ପୁଜକ ସେବାୟତ ମାନଙ୍କୁ ପାହଡଉପର ସିବଲିଙ୍ଗ ନିକଟକୁ କୁ ଛଡା ଯାଇଛି । ସମୁଦ୍ର ପତନଠାରୁ ୯୦୦ମିଟର ଉଚ୍ଚରେ ଅଇବସ୍ଥିତ ତୀଖ ପାହଡ ଠାକୁରଙ୍କ ପିଠକୁ ଗମନାଗମନ ପାଇଁ ପାହଡ ଉପରେ ପାହଚନିର୍ମଣ ସହ ଶୈବପିଠର ଅନ୍ୟାନ ଉନ୍ନତି ମୁଳକ କାର୍ଯ୍ୟକରା ଯାଇଛି ।ଏହି ମଲ୍ଲିକେଶ୍ୱର ପିଠରେ ଆଜି ଭୋର ୪ଟାରୁ ଶିବରାତ୍ର ପୂଜା ଅରମ୍ଭ ହୋଇ ଯାଇଛି ।ପ୍ରଥମେ ଗାଁ ପୁଜାରୀ ଜଳାଭିଷେକ କରିବାପରେ ସ୍ୱଳ୍ପ ସଂଖ୍ୟକ ଭକ୍ତମାନେ ପବ ର୍ତ ଉପରକୁ ଯାଇ ଠାକୁର ଦର୍ଶନକରି ଜଳାଭିଷେକ କରିଥିଲେ । ଗତ ବର୍ଷ ମଲ୍ଲିକେଶ୍ୱର ଶୈବପିଠ ରେ ପ୍ରାୟ୨୦ରୁ ୩୦ ହଜାରରୁ ଉର୍ଧ ଭକ୍ତଙ୍କ ସମାଗମ ହେଇଥିବା ବେଳେ ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଥିଲା । ସ୍ଥାନିୟ ଦୁର୍ଗାଗୁଡିସାହି ର ଯୁବକସଂଘ ପକ୍ଷରୁ ବ୍ୟାପକ ବ୍ୟବସ୍ଥାକରା ଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା ହୋଇଥିଲା ।ମଲ୍ଲିକେଶ୍ୱର ପିଠରେ ଭୋର ୪ଟା ଠାରୁ ପୁଜା ଆରମ୍ଭ ହୋଇ ଦିନ ଗୋଟାଏରେ ମହାବେଶ ଓ ରାତ୍ର ୧୧ଟାରେ ମହାଦୀପ ଉଠିବାର ବ୍ୟବସ୍ଥା କରାଯାଇଛି । ଠିକ ସେହିପରି ଛତିଶଗଡ ସିମାନ୍ତ ପଦ୍ମଗିରି ପଚାଂୟତ ନିକଟ ଯଦୁଗୁଡା ରେ ଥିବା ପୁରାଣ ପ୍ରସିଦ୍ଧ ଯଦୁପାହଡଗୁମ୍ଫା ମଧ୍ୟରେ ଥିବା ଶୈବପୀଠରେ ଆଦିବାସି ସଂସ୍କୃତି ଅନୁଯାଇ ଜାଗର ଯାତ୍ରା ପୁଜାପାଠକରା ଯାଇଛି ।ଏହିପିଠ କୁ ବନବିଭାଗ ପକ୍ଷରୁ ପ୍ରାକୃିତକ ସବୁଜଉଦ୍ୟାନର ମାନ୍ୟତା ଦିଆ ଯାଇ ,ଔଷଧିୟ ଉଦ୍ୟାନ, ଶିଶୁ ଉଦ୍ୟାନ,ବିଭିନ୍ନ ବନ୍ୟ ଜନ୍ତୁ ଓ ପଶୁ ପକ୍ଷୀଙ୍କ ପ୍ରତି ମୁର୍ତି,ଜଳାଶୟ ଓ ବିଭିନ୍ନକାର୍ଯ୍ୟକ୍ରମ କରାଯାଇଥିବାରୁ ଗତ ବର୍ଷ ଛତିଶଗଡ ରାଜ୍ୟ ତଥା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରୁ ପ୍ରାୟ ୩୦ହଜାରରୁ ଉର୍ଧ ଭକ୍ତଙ୍କ ସମାଗମ ହୋଇଥିବା ବେଲେ ଚଳିତ ବର୍ଷ ଭକ୍ତମାନହ୍‌କ ସଂଖ୍ୟା ଖୁବ କମଥିଲା । ସୁଉଚ୍ଚ ପୋଡା ଜଉପାହଡ ନିକଟରେ କୁଳୁକୁଳୁ ନାଦରେ ବୋହି ଯାଉଥିବା ଚିରସ୍ରୋତା ଝରଣା ବନାନିର ମନୋରମଦୃଶ୍ୟ ଭକ୍ତ ମନାଙ୍କ ମନମୋହିଥିଲା ,ଏଠାରେ ତିନିଦିନଧରି ଶିବରାତ୍ର ଯାତ୍ରାପାଳନ ହୁଏ, ଠିକ ସେହିପରି ସିଆଡିମାଳ ଗ୍ରାମର ଆଦିବାସୀ ଯୁବକ ଭିମାମାଡକାମି ଙ୍କ ପ୍ରଚେଷ୍ଠାରେ ଗାଁ ମୁଣ୍ଡରେ ସ୍ଥାପିତ ଶ୍ରୀ ଶ୍ରୀ କପିଳାଶ ମନ୍ଦିର ରେ ଆଦିବାସୀ ପରମ୍ପରା ଅନୁସାରେ ମହାଶିବରାତ୍ରୀ ଉତ୍ସବ ପାଳିତ ହୋଇ ଯାଇଛି । ଏହାବ୍ୟତିତ ସତିଗୁଡା ଜଳଭଣ୍ଡାର ନିକଟ ପାହଡଗୁମ୍ଫାରେ ଥିବ ଶୈବ ପିଠ,ସିବାନନ୍ଦଅଶ୍ରମର କାଶିବିଶ୍ୱାନାଥ,୧୧୯କଲୋନି ଓ ହାଟପଦାର ର ଆଖଣ୍ଡଳମଣୀ,ରିକ୍ଲାମେଶନ କଲୋନିର ଶୈବପିଠ,ତଳସାହି, ଦୁର୍ଗାଗୁଡିସାହି ଶୈବପିଠ ସହିତ କାଲିମେଳା, ମୋଟୁ, ପଡିଆ, ପୋଟେରୁ,ଏମଭି ୭୯, କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, ଗୁମ୍ମା, ନିଳାକେମ୍ବେରୁ, ଖଇରପୁଟ,ଗୋବିନ୍ଦପାଲି, ମାଥିଲି, ପାଣ୍ଡ୍ରିପାଣି,କତାମେଟା, ପଦ୍ମଗିରି ବିଭିନ୍ନସ୍ଥାନରେ ଥିବା ଶୈବପିଠମାନଙ୍କରେ ପବିତ୍ର ମହାଶିବରାତ୍ରୀ ଓ ଜାଗରଉତ୍ସବ ଭକ୍ତଶୂନ୍ୟରେ ପାଳିତ ହୋଇ ଯାଇଛି ।