Odiapua.com

କରୋନା କଟକଣା ପାଇଁ ପିପି ସୁରକ୍ଷା କିଟ ପିନ୍ଧି ସ୍ୱାମୀଙ୍କ ମରଶରୀରରେ ମୁଖାଗ୍ନି ଦେଲେ ସ୍ତ୍ରୀ

ମାଲକାନଗିରି, ୨୦।୮ (ଓଡ଼ିଆ ପୁଅ) କରୋନା କାଳରେ ମାଲକାନଗିରି ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଚିତ୍ର। ପିପିଇ କିଟ ପିନ୍ଧି ମୃତ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ। କରୋନା ଆକ୍ରାନ୍ତ ନ ଥିଲେ ବି ପାଖ ମାଡ଼ିଲେନି ଆତ୍ମୀୟ ମହାମାରୀ ସମୟରେ ଜଣେ ସରକାରୀ କର୍ମଚାରୀଙ୍କ ମର ଶରୀରକୁ ମୁଖାଗ୍ନି ଦେଇଛନ୍ତି ତାଙ୍କର ପତ୍ନୀ। ପାଖକୁ କେହି ସଂପର୍କୀୟ ଯଦିଓ ମୃତକ କରୋନା ଆକ୍ରାନ୍ତ ନ ଥିଲେ ତଥାପି କେହି ପାଖକୁ ଆସି ଶବସତ୍କାରରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରି ନଥିଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗାଁରେ ଆଜି ପୂର୍ବାହ୍ନରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ମାନ୍ଦାପାଲ୍ଲୀ ଗାଁର କୃଷ୍ଣ ଚନ୍ଦ୍ର ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ପ୍ରଥମେ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା। ସେଠାରେ କରୋନା ଟେଷ୍ଟ କରାଯିବାରୁ ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ କୃଷ୍ଣ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଡାକ୍ତର ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ। ମାତ୍ର ଏକ ଆମ୍ବୁଲାନ୍‌ସରେ ବିଶାଖାପାଟଣା ଯିବା ସମୟରେ ଅଧରାସ୍ତାରେ ଅକ୍ସିଜେନ ସରିଯିବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଫଳରେ କୃଷ୍ଣଙ୍କୁ ଘରକୁ ଆଣାଯାଇଥିଲା।

ବର୍ତ୍ତମାନ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ବ୍ୟାପିଚାଲିଥିବାରୁ ସତର୍କତା ଦୃଷ୍ଟିରୁ ଗୋଷ୍ଠୀ ସଂକ୍ରମଣକୁ ଏଡେଇବା ପାଇଁ କୋଭିଡ-୧୯ ଗାଇଡ଼ଲାଇନ ମାନି ମାଥିଲି ବ୍ଲକ ର କ ରୋନା ଯୋଦ୍ଧା ମାନେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରିଥିଲେ। କୃଷ୍ଣଙ୍କ ସ୍ତ୍ରୀ ପିପିକିଟ ପିନ୍ଧି ସ୍ୱାମୀଙ୍କ ମରଶରୀରରେ ମୁଖାଗ୍ନି ଦେଇଥିଲେ। ମଶାଣି ଠାରୁ ଦୂରରେ ଠିଆ ହୋଇ କୁଷ୍ଣଙ୍କ ଶବ ସଂସ୍କାର ର କରୁଣ ଦୃଶ୍ୟ କୁ ତାଙ୍କର ପରିବାର ଓ ଗ୍ରାମ ବାସୀ ମନେ ଦୁଃଖର ସହ ଲୁହଭରା ଆଖିରେ ଦେଖୁଥିଲେ।

ସୂଚନାଯୋଗ୍ୟ, କୃଷ୍ଣ ନାୟକ କୋରାପୁଟ ଜିଲ୍ଲା ଜୟପୁରରେ ରହୁଥିଲେ। ସେ ବୋରିଗୁମା ଓ ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ସୂଚନା ମିଳିଛି। ନିକଟରେ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ତ୍ରୀ ଓ ୪ଜଣ ଝିଅ ଅଛନ୍ତି।