Odiapua.com

କରୋନା କଟକଣା କେନ୍ଦୁଝରର ୫ଟି ପୈାରାଞ୍ଚଳରେ ଲାଗୁହେଲା ଅଡ-ଇଭିନ ଫର୍ମୁଲା

କେନ୍ଦୁଝର, ୨୧ା୩ (ଓଡ଼ିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲାର ୫ଟି ପୌରାଞ୍ଚଳରେ ଗାଡି ଚଳାଚଳ ଉପରେ କଟକଣା କଟକଣା ଲାଗୁକରାଯାଇଛି। କେନ୍ଦୁଝର ଜିଲ୍ଲାରେ ଆଜିଠାରୁ ଅଡ-ଇଭିନ ର୍ମୁଲା ଲାଗୁ ହୋଇଛି। ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝର ଜିଲ୍ଲାର କେନ୍ଦୁଝଗଡ ପୌରପାଳିକା, ବଡବିଲ ପୌରପାଳିକା, ଯୋଡା ପୌରପାଳିକା, ଆନନ୍ଦପୁର ପୌରପାଳିକା ଏବଂ ଚମ୍ପୁଆ ଏନଏସିରେ ଏହି ନିୟମ ଲାଗୁ କରାଯାଇଛି। ବସ, ଟ୍ୟାକ୍ସି, ଅଟୋ ରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ କଟକଣା ଲାଗୁ କରାଯାଇଛି। ତେବେ ଘରୋଇ, ହସ୍ପିଟାଲ, ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ କଟକଣା ଲାଗୁ ହୋଇନାହିଁ। ଏବେ ଅଡ ତାରିଖରେ ଅଡ ନମ୍ବର ଏବଂ ଇଭିନ ତାରିଖରେ ଇଭିନ ନମ୍ବର ଗାଡି ଚାଲିବ। ଜରୁରୀ କ୍ଷେତ୍ରରେ ବ୍ୟବହୃତ ସରକାରୀ, ଘରୋଇ କିମ୍ବା ଡାକ୍ତରଖାନା ଗାଡିଗୁଡିକ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସୂଚନା ମିଳିଛି। ନିୟମ ଉଲ୍ଲଙ୍ଗନ କଲେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକ୍‌ରେ ପ୍ରକାଶ କରିଛନ୍ତି। କେନ୍ଦୁଝରର ଲୋକମାନେ ମଧ୍ୟ ନିୟମକୁ ସମ୍ମାନ ଜଣାଇ ଆଜି କେବଳ ଅଯୁଗ୍ମ ନମ୍ବର ଥିବା ଗାଡିରେ ଯାତାୟତ କରିଛନ୍ତି।