Odiapua.com

କରୋନା କଟକଣାକୁ ବେଖାତିର ଭାବେ ଚାଲିଛି ମାଟ୍ରିକ ପରୀକ୍ଷା

ବଲାଙ୍ଗୀର/ଟିଟିଲାଗଡ଼, ୧୫-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଦେଖିବାକୁ ମିଳୁଛି ଛାତ୍ରଛାତ୍ରୀ ଓ ଅଭଭାବକଙ୍କ ଭିଡ଼। ଦେଖନ୍ତୁ ଏହି ଦୃଶ୍ୟ, ଏହା ହେଉଛି ଟିଟିଲାଗଡ ପୋଲିସ ଷ୍ଟେସନ ନିକଟସ୍ଥ ମହେଶ୍ୱର ହିନ୍ଦୀ ଉଚ୍ଚ ବିଦ୍ୟାଳୟର। ଏହିଠାରେ ଚାଲିଛି ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଆସିଛନ୍ତି। ସାମାଜିକ ଦୂରତା ତ ଦୂର କଥା, ଲୋକଙ୍କ ମୁହଁରେ ମାସ୍କ ନାହିଁ। ବୋଧହୁଏ ଲୋକମାନେ ଭୁଲି ଯାଇଛନ୍ତି କୋରୋନାକୁ। ପୋଲିସ ଷ୍ଟେସନ ନିକଟ ହେଲେ ମଧ୍ୟ ପ୍ରଶାସନର ଦୃଷ୍ଟି ନାହିଁ। ଟିଟିଲାଗଡ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଟିଟିଲାଗଡର କୌଣସି ପଡା ନାହିଁ, ଯେଉଁଠି କୋରୋନା ରୋଗୀ ନ ଥିବ। ପାଖ ଗାଁମାନଙ୍କ ମଧ୍ୟରେ ମଧ୍ୟ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥି ମଧ୍ୟରେ ଛାତ୍ରଛାତ୍ରୀଙ୍କ ସପ୍ଲିମେଣ୍ଟାରୀ ପରୀକ୍ଷା। ଓ ତା ସହିତ ଅଭିଭାବକମାନଙ୍କ ଭିଡ଼। ଏହା କୋରୋନା ମହାମାରୀର ଗୋଷ୍ଠୀ ସଂକ୍ରମଣ ବଢାଇବ ନାହିଁ ତ ଆଉ କ’ଣ କମ୍ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।