Odiapua.com

କରୋନା ଆତଙ୍କ: ସତର୍କ ରହିଲେ ୨୩୪୫, ନରହିଲେ ୩୬,୦୦୦ !

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ପ୍ରେସମିଟରେ କହିଛନ୍ତି ବିଶ୍ଵ ସ୍ତରରେ କିମ୍ବା ଜାତୀୟ ସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ଅନୁପାତରେ ବୃଦ୍ଧି ପାଉଛି, ଯଦି ସେହି ଅନୁପାତରେ ଓଡ଼ିଶା କଥା ଦେଖାଯାଏ ତେବେ ଆମେ ସର୍ବୋତ୍ତମ ସତର୍କତା ଅବଲମ୍ବନ କଲେ ସୁଧା ମେ ୩୧ ସୁଧା ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିନ୍ମ ୨୩୪୫ରେ ପହଞ୍ଚିଯିବ ଏବଂ ଯଦି ସର୍ବୋତ୍ତମ ସତର୍କତା ଅବଲମ୍ବନ କରାନଯାଏ ତେବେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୬ ହଜାରରେ ପହଞ୍ଚିଯିବ। ତେଣୁ ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ୍। /-ଦେବଦତ୍ତ ରଥ